jsm

ସମାଜିକ ସୁରକ୍ଷା ବିଭାଗର ବଣ୍ଟନ ଶିବିର : ଭିନ୍ନକ୍ଷମଙ୍କୁ ଉପକରଣ ଓ ଭତ୍ତା ବଣ୍ଟନ କଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ସମ୍ବିଧାନ ଦେଶବାସୀଙ୍କୁ ସମ୍ମାନର ସହ ଜୀବନ ଜିଇଁବାର ଅଧିକାର ଦେଇଛି । ଏହା ସାଧାରଣ ଲୋକଙ୍କର ମୌଳିକ ଅଧିକାର ଅଟେ । ତାହା କାର୍ୟ୍ୟକାରୀ କରିବା ସରକାରମାନଙ୍କର କର୍ତ୍ତବ୍ୟ । ଏମିତି କେହିବି ସାଧାରଣ ଲୋକ ହେଉ ବା ଭିନ୍ନକ୍ଷମ ହୁଅନ୍ତୁ, ଯେମିତ ଏହି ଅଧିକାରରୁ ବଞ୍ଚିତ ନହେବେ ତାହ ଜଗିବାର କାମ ସରକାର ଏବଂ ସରକାରୀ ଅଧିକାରୀମାନଙ୍କର । ତେଣୁ ଆଜି ଭିନ୍ନକ୍ଷମ ତଥା ବିପିଏଲ ଶ୍ରେଣୀର ବରିଷ୍ଠ ନାଗରିକ ଓ କିନ୍ନର ମାନଙ୍କୁ ଭତ୍ତା ତଥା ଉପକରଣ ପ୍ରଦାନ କରି ସରକାର ଦୟା କରୁନାହାନ୍ତି ବରଂ ସମ୍ବିଧାନ ଅନୁସାରେ ଏହା ହିତାଧିକାରୀ ମାନଙ୍କ ମୌଳିକ ଅଧିକାର ଅଟେ ବୋଲି ଭାରତ ସରଜକାରଙ୍କ ଏଡପିଆଇ ଓ ଆରଭିୱାଇ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଉପକରଣ, ବିକଳାଙ୍ଗ ଉପକରଣ ଓ ଭତ୍ତା ପ୍ରଦାନ ମେଳାରେ ବଲାଙ୍ଗିର ବିଧାୟକ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ସ୍ଥାନୀୟ କଳାମଣ୍ଡଳ ପଡିଆରେ ଆୟୋଜିତ ଏହି ଭତ୍ତା ପ୍ରଦାନ ଉତ୍ସବରେ ଶ୍ରୀ ମିଶ୍ର ଏହା ମଧ୍ୟ କହିଥିଲେ ଯେ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ଗରିବଙ୍କ ସେବା ହେଉଛି ଭଗବାନଙ୍କ ସେବା । ଯେହେତୁ ଏମାନେ ବୟଷାଧିକ କାରଣରୁ ହେଉ ବା ଭିନ୍ନକ୍ଷମତା ଯୋଗୁଁ ହେଉ ନିଜର ଅଧିକାର ସାବ୍ୟସ୍ତ ତଥ ସରକାରୀ ସୁବିଧା ପାଇବା ପାଇଁ ସରକାରୀ କାର୍ୟ୍ୟଳୟକୁ ବାରମ୍ବାର ଯିବା ଅସମ୍ଭବ ହୋଇ ପଡିଥାଏ, ତେଣୁ ଏସଂକ୍ରନ୍ତୀୟ ବିଭାଗୀୟ ଅଧୀକାରୀ ମାନେ ତାଙ୍କ ପାଖକୁ ପହଞ୍ଚି ସରକାରୀ ସହାୟତା ଯୋଗାଇ ଦେଇ ପାରିଲେ ଏହି କାର୍ୟ୍ୟକ୍ରମ ସଫଳତା ମିଳିବ । ବିଭାଗୀୟ ଜିଲ୍ଲା ଅଧୀକାରୀ ଠିକ ରୂପେ କାର୍ୟ୍ୟ କରୁଛନ୍ତି ବୋଲି ସେ ଜିଲ୍ଲା ସାମାଜିକ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ନବକୃଷ୍ଣ ସାହୁଙ୍କ ସଂଯୋଜନାରେ ଅୟୋଜିତ ଏହି କାଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ବିପୀନ ଦୀପ, ବଲାଙ୍ଗିର ବିଡିଓ ରାମଦତ୍ତ ଭୋଇଙ୍କ ସହିତ ଆର୍‌ସିଟି ମେନେଜର, ଡିଆଇସି ଜେନେରାଲ ମେନେଜର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମେଳାରେ ବଲାଙ୍ଗିର ପୌରାଞ୍ଚଳ ଓ ବଲାଙ୍ଗିର ବ୍ଲକର ୨୦୨ ଜଣ ହିତାଧିକାରୀଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କାର ଉପକରଣ ଯୋଗାଇ ଦିଆଯାଇଥିଲା । ଯେଉଁଥିରେ ଟ୍ରାଇସାଇକିଲ, ହ୍ୱୁଇଲଚେଆର, ଆଶାବାଡି, ହିଅରିଂ ଏଡ୍‌, ସ୍ମାର୍ଟ କେନ, ଏମଏସଆଇଡି କିଟ ଓ ମୋବାଇଲ ଫୋନ ରହିଥିଲା । ଏହା ସହ ୬ ଜଣ କିନ୍ନରଙ୍କୁ ୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହ ୫୦ ଜଣଙ୍କୁ ବୈଷୟିକ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି ମେଳାରେ ବିଧାୟକ ଶ୍ରୀ ମିଶ୍ର ପ୍ରତ୍ୟେକ ହିତାଧିକାରୀଙ୍କୁ ନିଜ ହାତରେ ସହୟତା ରାଶି ଓ ଉପକରଣ ପ୍ରଦାନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ଦେଖା ଯାଇଥିଲା ।

yuvodaya
Leave A Reply

Your email address will not be published.