oom

ମନିଗାଁରେ ୧୬ ପ୍ରହର ନାମଯଜ୍ଞ

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ ମନିଗାଁରେ ଦ୍ୱିତୀୟ ବର୍ଷରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ କର୍ତା ଭାବରେ ଲକ୍ଷଣ ସାହୁ ଧର୍ମ ପତ୍ନୀ ପିରବତୀ ସାହୁ ଦାୟିତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ଭାବେ ଟଙ୍କ ଧର ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଘୁନସର ମହିଳା ଦଳର ବାୟିକା ସୁଶ୍ରୀ ଟିକେଶ୍ୱରୀ ସାହୁ ଓ ଗାୟକ ଗୁରୁ ଭୀମ ସାହୁଙ୍କ ସଂକୀର୍ତନ ଦଳ ମୁଖ୍ୟ ଆକର୍ଷଣ ପାଲଟିଥିଲା । ଏହି ପ୍ରହରରେ ଅତିଥି ଭାବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସିହିନୀ ସରପଞ୍ଚ ବିରବର ସାହୁ, ଦୟା ରାମ ଅଗ୍ରୱାଲ ଯୋଗ ଦେଇଥିଲେ । ଏଥିରେ ସଭାପତି ଶିବ ପ୍ରଧାନୀ, ସମ୍ପାଦନା ଉର୍ଦ୍ଧବ ସାହୁ, କୋଷାଧ୍ୟକ୍ଷ ଜକସନ ପ୍ରଧାନୀ, ମାନସ ରଞ୍ଜନ ସାହୁ, ଟିକା ରାମ ସାହୁ, ସୁରେଶ କୁମାର ସାହୁ, ମହେଶ୍ୱର ବେହେରା, ଦଶରଥ ପୁଟେଲ, ଲମ୍ବୋଦର ପଧାନୀ, ଉଗ୍ର ପଧାନୀ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.