ଝଲସିବ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିରହିଥିବା ମା’ ଭଦ୍ରକାଳୀଙ୍କ ପୀଠ

ଭଦ୍ରକ : ଝଲସିବ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିରହିଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ । ଏହି ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କାର ଅନୁଦାନ ଦେଇଥିଲେ । ତେବେ ତାହାର କାର୍ୟ୍ୟକାରିତା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏକ ସ୍ୱତନ୍ତ ନକ୍ସା ଓ ଡିଜାଇନ ପ୍ରସ୍ତୁତ କରିବା ପରେ ଏହି ପୀଠର ଉନ୍ନତି ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି । ଏଥିରେ ବିଧାୟକଙ୍କ ସହିତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ତଥା ଭଦ୍ରକ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ । ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ସେବାୟତଙ୍କ ସହିତ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗଦେଇଥିଲେ ।

Leave A Reply

Your email address will not be published.