ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

କଂଟାବାଂଜି, (ମନୀଶ କୁମାର ହଂସ) : ଆଜି ସକାଳ ସାଢେ ନଅଟା ବେଳେ ପମ୍ପୁ ତଲାବ ଠାରୁ ୧୦୦ ମିଟର ଦୂରରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିବା ଜଣାପଡିଛି । ଯୁବକ ଜଣକ କଂଟାବାଂଜି ୱାର୍ଡ ନଂ. ୭ର ଫାରମ ଟାହାଣି (୪୮) । ସେ ମାନସିକ ବିକୃତ ଥିବା ଜଣା ପଡିଛି । ଟିଟିଲାଗଡରୁ ରାୟପୁର ଅଭିମୁଖେ ଯାଉଥିବା ପୁରୀ-ସିରିଡି ଏକ୍ସପ୍ରେସରେ କଟି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣା ଘଟିବା ପରେ ମଧ୍ୟ କଂଟାବାଂଜି ଜି.ଆର.ପି. ମୋହନ ନାୟକକୁ ଫୋନରେ ବାରମ୍ବାର ଯୋଗାଯୋଗ କଲା ପରେ ମଧ୍ୟ ଫୋନ ଉଠାଉନ ଥିବା ବେଳେ କୌଣସି ସୂଚନା ମାଗିଲେ ସେ ସବୁବେଳେ ସାମ୍ବାଦିକମାନଙ୍କୁ ହେୟ ଜ୍ଞାନ କରନ୍ତି । ଏପରିକି ଜଣେ ଦୁର୍ନୀତି ଖୋର ଅଫିସର ହିସାବରେ ସଳାସୁତୁରା କରୁଥିବା ମଧ୍ୟ ଜଣାପଡେ । ତାଙ୍କ ଯୋଗଯୋଗ ନ ହେବାରୁ ଅଧିକ ତଥ୍ୟ ମିଳିପାରି ନାହିଁ ।

Leave A Reply

Your email address will not be published.