csstore

ବେରୋଜଗାରୀ ଓ ତେଲ ଦର ବୃଦ୍ଧି ପ୍ରତିବାଦ : ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଆଜି ଛାତ୍ର କଂଗ୍ରେସ ରାଜ୍ୟରେ ବେରୋଜଗାରୀ ଓ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି । ତେବେ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ବ୍ୟାରିକେଡ୍‌ କରାଯାଇ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଥିବା ସୂଚନାରେ କୁହାଯାଇଛି।
ରାଜ୍ୟରେ ବେରୋଜଗାର ଓ ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି କଂଗେସ ଭବନରେ ଏକ ବୈଠକର ଆୟୋଜନ କରିଥିଲେ ଛାତ୍ର କଂଗ୍ରେସର କର୍ମୀମାନେ ଏବଂ ସେଠାରୁ ଏକ ବିଶାଲ ରାଲିରେ ବାହାରି ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ରାଜମହଲ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅନେକ କର୍ମୀଙ୍କୁ ଗିରଫ କରି ଥାନାକୁ ନେଇଛି ପୋଲିସ ବୋଲି ଜଣାପଡ଼ିଛି ।

jayashree
Leave A Reply

Your email address will not be published.