ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲିଟିଲ ଫ୍ଲାୱାର ସ୍କୁଲର ବେଆଇର ଫି’ ଆଦାୟ ବିରୁଦ୍ଧରେ ଆଜି ଅଭିଭାବକ ମହାସଂଘ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛି । କିଛି ଦିନ ପୂର୍ବରୁ ଏଡମିସନ ପ୍ରକ୍ରିୟା ଆରମ୍ଭ କରିଥିବା ବଲାଙ୍ଗିରର ଲିଟିଲ ଫ୍ଲାୱାର ସ୍କୁଲ ହାଇକୋର୍ଟ ନିର୍ଦ୍ଦେଶ ଓ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବା ସହିତ ବେଆଇନ ଭାବେ ରିଏଡମିସନ ଓ ଟ୍ୟୁସନ ଫିଜ ଆଦାୟ କରୁଛି । ମନମାନି ଫି’ ଆଦାୟକୁ ନେଇ ଯେଉଁ ରସିଦ ପ୍ରଦାନ କରୁଛି, ସେଥିରେ ମଧ୍ୟ ସ୍କୁଲର ନାମ ଠିକଣା ବା ପଞ୍ଜିକରଣ ସମ୍ବନ୍ଧୀୟ କୌଣସି ବୀବରଣୀ ରହୁନାହିଁ । ଯାହା ଉକ୍ତ ରସିଦକୁ ଜାଲ ପ୍ରମାଣିତ କରୁଛି । ଆହୁରି ମାନ୍ୟବର ହାଇକୋର୍ଟ ଓ ଓଡିଶା ହ୍ୟୁମାନ ରାଇଟ କମିଶନର ନିର୍ଦ୍ଦେଶ ବିରୁଦ୍ଧରେ ସ୍କୁଲରେ ବହି ବିକ୍ରି କରୁଥିବା ନେଇ ଅଭିଭାବକ ମହାସଂଘ ଥାନାରେ ଲିଖିତ ଅଭିଯୋଗ କରିଛି । ଏହା ସହ ମହାସଂଘର ଏକ ଦଳ ଜିଲ୍ଲାପାଳଙ୍କୁ ଦେଖା କରି ଏ ସଂକ୍ରନ୍ତୀୟ ଏକ ଦାବୀପତ୍ର ଜିଲ୍ଲାପଳଙ୍କୁ ପ୍ରଦାନ କରିଛି । ଏହି ଦାବୀପତ୍ରରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ପ୍ରାଇଭେଟ ସ୍କୁଲ ମାନଙ୍କୁ ଫି’ ଆଦାୟ ସମ୍ବନ୍ଧୀୟ ସମସ୍ତ ନିର୍ଦ୍ଦେଶାବଳୀକୁ ଲିଟିଲ ଫ୍ଲାୱାର ସ୍କୁଲ ଉଲ୍ଲଂଘନ କରୁଥିବା କୁହାଯାଇଛି । ଓଡିଶା ହ୍ୟୁମାନ ରାଇଟ କମିଶନ ନିର୍ଦ୍ଦେଶ ଅନୁସାରେ ସ୍କୁଲ ପରିସରରେ ବହି, ଖାତା ବିକ୍ରୟ କରାଯାଇ ପାରିବନାହିଁ । କିନ୍ତୁ ଏହି ସ୍କୁଲ ବେଆଇନ ଭାବେ ସ୍କୁଲ ପରିସର ଭିତରେ କୋର୍ସ ସମ୍ବନ୍ଧୀୟ ବହି ବିକ୍ରି କରୁଛି, ଯାହା ସ୍କୁଲ ବ୍ୟାଗ ଓଜନକୁ ନେଇ କରାଯାଇଥିବା ସରକାରୀ ନିୟମ ର ମଧ୍ୟ ଉଲ୍ଲଂଘନ କରୁଛି । ତାଛଡା ବେଆଇନ ଭାବେ ସ୍କୁଲ ଫିଜ ଆଦାୟ କରି ଜାଲ ରସିଦ ପ୍ରଦାନ କରୁଛି । ତେଣୁ ଏ ବିଷୟରେ ଯଥା ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ମହାସଂଘ ଦାବୀ କରିଛି । ଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ଏ ଦିଗରେ ଯଥା ଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶ୍ୱାସନା ଦେଇଛନ୍ତି ।
ପ୍ରକାଶ ଯେ, କୋଭିଡ ସମୟରେ ସ୍କୁଲ ଫି’ ପ୍ରଦାନକୁ ନେଇ ଅଭିଭାବକ ସଂଘର ପିଟିସନ କ୍ରମେ ମାନ୍ୟବର ହାଇକୋର୍ଟ ବିଭିନ୍ନ ସ୍କୁଲ ଫି’ ରିହାତି କରିବା ସହ ରିଏଡମିସନ ଓ ଏନ୍ସିଲାରୀ ଫି’ ପ୍ରଦାନ ବାରଣ କରିଥିଲେ । ଆହୁରି ରାଜ୍ୟ ମାନବôଧକାର କମିଶନ ସ୍କୁଲରେ ବହି, ଖାତା ବିକ୍ରି ଉପରେ ରୋକ ଲଗାଇବା ସହ ଶ୍ରେଣୀ ଅନୁସାରେ ସ୍କୁଲ ବ୍ୟାଗର ଓଜନ ନିଦ୍ର୍ଦ୍ଧାରଣ ପୁର୍ବକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ ପ୍ରଥମେ ୨୭-୦୧-୨୧ ଓ ପୁଣି ଥରେ ୧୮-୦୨-୨୧ରେ ଜିଲ୍ଲାର ସମସ୍ତ ୧୪୧ଟି ସ୍କୁଲକୁ ଏହି ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ନୋଟିସ କରିଥିଲେ । ଲିଟିଲ ପ୍ଲାୱାର ସ୍କୁଲି ଏଡମିସନ ଓ ଫି’ ଗ୍ରହଣ ପ୍ରକ୍ରିୟା ଅରମ୍ଭ କରିଥିବା ବେଳେ ମାନ୍ୟବର ହାଇକୋର୍ଟ ଓ ସରକାରଙ୍କ ସମସ୍ତ ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ମୋଟା ଅଙ୍କ ଆଦାୟ କରୁଛି । ଇଂରାଜୀ ମିଡିଅମ ସ୍କୁଲ ମାନଙ୍କ ମଧ୍ୟରେ ଏହି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ସବୁଠୁ ଅଧିକ ଥିବା ବେଳେ ସହସ୍ରାଧିକ ଅଭିଭାବକ ଏହି ଭଦ୍ର ଲୁଟ୍ର ଶିକାର ହେଉଛନ୍ତି । କିନ୍ତୁ ବିରୋଧ କଲେ କାଳେ ପିଲାଙ୍କ ଭବିଷ୍ୟତ ସ୍କୁଲ ନଷ୍ଟ କରିଦେବ, ଏହି ଆଶଙ୍କାରେ ଅନେକେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ଅଭିଭାବକମାନଙ୍କ ସମସ୍ୟା ଉପରେ ସଂଘ ଜିଲ୍ଲା ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି ବୋଲି ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ୍ୟ ପ୍ରଦ୍ୟୁମ୍ନ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଖବର ପ୍ରକାଶିତ ହେବା ପରେ ଲିଟିଲ ଫ୍ଲାୱାର ସ୍କୁଲ ପକ୍ଷରୁ ଅଭିବାବକଙ୍କୁ ଫି’ ବଦଳରେ ତୁରନ୍ତ ରସିଦ ପ୍ରଦାନ ନକରି ଚାରି ପାଞ୍ଚ ଦିନ ପରେ ରସିଦ ପ୍ରଦାନ କରାଯିବ ବୋଲି କୁହାଯାଉଥିବା ଅଭିବାବକ ମହଲରେ ଚର୍ଚ୍ଚା ହେଉଛି ।