ଅଭାବନୀୟ ଘଟଣା : ଦୁର୍ବୃତ୍ତମାନ‌ଙ୍କ ଗୁଳିମାଡର ଶିକାର ହେଲେ ସୁନା ଦୋକାନ ମାଲିକ

ସୁନ୍ଦରଗଡ : ସୁ‌ନ୍ଦରଗଡ ବଡଗାଁ ଥାନାରେ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନ‌ଙ୍କ ଗୁଳିମାଡର ଶିକାର ହୋଇଛନ୍ତି ସୁନା ଦୋକାନ ମାଲିକ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୁ‌ନ୍ଦରଗଡ ବଡଗାଁ ପୋଷ୍ଟ ଅଫିସ ନିକଟରେ ଥିବା ମଙ୍ଗଳା ଜୁଏଲାରୀର ମାଲିକ ରୋହିତ ବର୍ମା ସୋମବାର ନିଜ ଦୋକାନ ଖୋଲି ସାରିବା ପରେ ଦୋକାନ ବାହାରେ ଠିଆ ହୋଇଥିଲେ । ତେବେ ହଠାତ୍ ୩ ଜଣ ଦୁବୃର୍ତ୍ତ ଏକ ବାଇକରେ ଆସି ରୋହିତଙ୍କ ଛାତି ଓ ମୁଣ୍ଡରେ ଗୁଳିମାଡ କରିଥିଲେ । ରୋହିତଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ସରୋଜ ଦାଶ ନାମକ ଜଣେ ଯୁବକ ମଧ୍ୟ ଗୁଳିମାଡର ଶିକାର ହୋଇଛନ୍ତି । ତେବେ କଣ ପାଇଁ ରୋହିତ‌ଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ କଲେ ତାହାର ସଠିକ୍ କାରଣ ଜଣାପଡିନାହିଁ । ଗୁଳି ମାଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ବନ୍ଧୁକ ପକାଇ ଫେରାର ହୋଇଯାଇଛନ୍ତି । ଖବର ପାଇବା ପରେ ବଡଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହ‌ଞ୍ଚି ଘଟଣାରୂ ତଦ‌ନ୍ତ ଆର‌ମ୍ଭ‌ କରିଛି ।

Leave A Reply

Your email address will not be published.