ଅସହାୟଙ୍କ ସେବାରେ ସମର୍ପିତ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜିର ଏ ସ୍ୱାର୍ଥପର ଦୁନିଆ ସାଜିଛି ଏକ ବଡ ରଙ୍ଗମଞ୍ଚ । ରାତି ପାହି ସକାଳ ହେଲେ ସମସ୍ତେ ବ୍ୟସ୍ତ ହୋଇଯାଆନ୍ତି ନିଜ ନିଜ ଅଭିନୟ କରିବାକୁ । ସ୍ୱାର୍ଥବିନା ଏଠି କାହା ପାଖରେ ସମୟ ନଥାଏ କାହା ବିଷୟରେ ଚିନ୍ତା କରିବାକୁ । ଏ ସ୍ୱାର୍ଥପର ଦୁନିଆରେ ନିଜ ସ୍ୱାର୍ଥ ପୁରଣ ହୋଇଗଲେ ଏଠି ଜନ୍ମ ଦେଲା ମା-ବାପାଙ୍କୁ ମଧ୍ୟ ଭୁଲିଯାଆନ୍ତି ପୁଅ ଝିଅ । ଆଜିର ଏପରି ପରିସ୍ଥିତିରେ ଅସହାୟ ପାଗଳୀ ଟିଏ ପାଇଁ କିଏ ବା କାହିଁକି ଚିନ୍ତା କରିବ । ସତରେ କଣ ମନୁଷ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ବସିଲେ ସେ ପଶୁଠୁ ମଧ୍ୟ ହୀନ ହୋଇଯାଏ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଟଲି ବ୍ଲକ ଭୁଲିଆଡ଼ିହି ଗ୍ରାମରେ । ରାତି ସାରା କାଉଁକାଉଁ ହୋଇ ଚିତ୍କାର କରୁଥାଏ ୨୫ରୁ ୩୦ବର୍ଷ ବୟସ ହେଉଥିବା ଏକ ଅସହାୟ ମହିଲା ଟିଏ । ତା ବିଷୟରେ କିଏ କିଛି ଚିନ୍ତା କରିବା ପୂର୍ବରୁ ଏ ସ୍ୱାର୍ଥପର ସମାଜରେ ବିଭିନ୍ନ ଲୋକ ବିଭିନ୍ନ ମତ ରଖୁଥାଆନ୍ତି । କିଏ କହୁଥାଏ ପାଗଲିଟିଏ ତ କିଏ ଆଉ କିଛି ଏପରି ନିଜସ୍ୱ ମତ ରଖି ତାକୁ ଆଡ ଆଖିରେ ଚାହିଁ ଚାଲିଯାଆନ୍ତି ଅନେକ ଲୋକ ହେଲେ ଏହି ମଣିଷ ସମାଜରେ କେହି ମଧ୍ୟ ଅସହାୟ ମହିଳା ଜଣକର ଦୁଃଖ ବିଷୟରେ ବୁଝିବାକୁ ଚେଷ୍ଟା ମଧ୍ୟ କରିନଥିଲେ । ମାତ୍ର ସମାଜ ସେବାକୁ ବ୍ରତ ଭାବରେ ପାଳନ କରୁଥିବା ସଂକଲ୍ପ ପରିବାରର ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ତାକୁ ସହାୟତାର ହାତ ବଢାଇଥିଲେ ତାର ପାଖକୁ ଯାଇ ତାର ଅସୁବିଧା ସମ୍ପର୍କରରେ ଜାଣିବାକୁ ଚେଷ୍ଟା କରିଥିଲେ । ମହିଳାଙ୍କ ଅବସ୍ଥା ଏପରି ରହିଥିଲା ଯାହା ଶୁଣିଲେ ଆପଣଙ୍କ ପାଦ ତଳୁମାଟି ଖସିଯିବ । ‘ଗୋଟେ ନୁହେଁ କି ଦିଇଟା ନୁହଁ ଏକା ସାଙ୍ଗରେ ହଜାର ହଜାର ଉକୁଣୀ ତା ମୁଣ୍ଡକୁ ଝୁଣି ଖାଉଥିଲେ ଏପରିକି ମୁଣ୍ଡର ବିଭିନ୍ନ ଜାଗାରେ ଘା କରି ତା ଭିତରେ ବସା ବାନ୍ଧିଥିଲେ ପୁଳା ପୁଳା ଉକୁଣୀ’ । ତେଣୁ କଷ୍ଟରେ ସେ ଚିତ୍କାର କରୁଥିଲା । ସଂକଲ୍ପ ପରିବାର ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖି ଶହ୍ୟ କରିପାରିନଥିଲା ଏବଂ ସଙ୍ଗେ ସଙ୍ଗେ ଅସହାୟ ସେବାରେ ଲାଗିପଡିଥିଲେ ସଂକଲ୍ପ ପରିବାରର ସଦସ୍ୟ ବୃନ୍ଦ। ସଂକଲ୍ପ ପରିବାର ତରଫରୁ ତାକୁ ପରିଷ୍କାର ପରିଚ୍ଛନ କରି ତାର ମୁଣ୍ଡରେ ଔଷଧର ପ୍ରଲେପ ଦିଆଯାଇଥିଲା ଯାହା ଆଗାମୀ ଦିନରେ ନିଶ୍ଚିତ ଭାବରେ ସେ କିଛିଟା କଷ୍ଟ ମୁକ୍ତ ହୋଇ ପାରିବ ବୋଲି ଆଶା । ଏ ମହତ କାର୍ୟ୍ୟରେ ସାହାଯ୍ୟର ହାତ ବଢ଼ାଇଥିବା ସଂକଲ୍ପ ପରିବାରର ସଦସ୍ୟ ସୁବ୍ରତ ଭୋଇ, ଆଲୋକ ପଧାନ, ବିକାଶ ଭୋଇ, ବଳିଷ୍ଠ ଦୁର୍ଗା, ନିଧାନ ଦନ୍ତା ଓ ହାସ୍ୟ କବି ଦେବେନ୍ଦ୍ର ସାହୁଙ୍କ ପାଇଁ ସଂକଲ୍ପ ପରିବାର ଗର୍ବିତ ।

Leave A Reply

Your email address will not be published.