ଟ୍ରେନ ଯୋଗେ କଳାହାଣ୍ଡିରୁ ବାଂଲାଦେଶକୁ ପଠାଗଲା ତୁଳା

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚମାନର ତୁଳା ଟ୍ରେନ ଯୋଗେ କଳାହାଣ୍ଡିରୁ ପ୍ରଥମ ଥର ପାଇଁ ବାଂଲାଦେଶକୁ ପଠାଯାଇଛି ବୋଲି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି । ମୋଟ ୪୨ଟି ମାଲବାହୀ ଡବାରେ ତୁଳା ଯାଇଛି । ଏହା ଦ୍ୱାରା ଚାଷୀମାନଙ୍କ ରୋଜଗାର ଅଧିକ ହୋଇପାରିବ ବୋଲି ଆଶା ରହିଛି । ତେବେ ଏହି ଟ୍ରେନ କଟନ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ବାଂଲାଦେଶକୁ ପଠାଯାଇଛି ।

Leave A Reply

Your email address will not be published.