
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବଡବନ୍ଧ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ୧୧ତମ ଲବଣୀସେନ ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିବସର ପ୍ରଥମ ଲିଗ୍ ମ୍ୟାଚରେ ସିଲେଟକାନୀକୁ ହରାଇ ଦେଓଗାଁ ଦଳ ଓ ଦ୍ୱିତୀୟ ଲିଗ୍ ମ୍ୟାଚରେ ଦୁହେଲକୁ ହରାଇ କୁଠୁର୍ଲା ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଦେଓଗାଁ ଦଳକୁ ହରାଇ କୁଠୁର୍ଲା ଦଳ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ଏହି ଉତ୍ସବରେ ଅତିଥି ଭାବେ ଆପ୍ ବିଧାୟକ ପ୍ରାର୍ଥୀ ଆଶିଷ ପାଣ୍ଡେ, ବଡ଼ବନ୍ଧ ସରପଞ୍ଚ ଜଗବନ୍ଧୁ ମେହେର, ଆପ୍ ଯୁଗ୍ମ ସମ୍ପାଦକ କାହ୍ନୁ କରନ, ସୂର୍ଯ୍ୟନାରାୟଣ ବାବୁ, ଓଁକାର ବାବୁ, ଭାଗିରଥି ମେହେର ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଶୁକ୍ରବାର ଦିନ ତୃତୀୟ ଦିବସର ପ୍ରଥମ ଲିଗ୍ ମ୍ୟାଚରେ ହର୍ଡାଟାଲକୁ ହରାଇ ଆଡେନଡୁଙ୍ଗୁରୀ ଦଳ ଓ ଦ୍ୱିତୀୟ ଲିଗ୍ ମ୍ୟାଚରେ ବଡବନ୍ଧ ଦଳକୁ ହରାଇ ପିପଲବାହାଲି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲା । ଆଜିର କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଆଡେନଡୁଙ୍ଗୁରୀ ଦଳକୁ ହରାଇ ପିପଲବାହାଲି ଦଳ ସେମି ଫାଇନାଲରେ ପ୍ରବେଶ କରିଛି । ଆଜି ଅତିଥି ଭାବେ ମୁଖ୍ୟ ଅତିଥି ଅନ୍ତର୍ଯ୍ୟାମୀ ଭୋଇ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳଗୁଡ଼ିକ ସୁମନ୍ତ ଷାଣ୍ଢ, ଶ୍ରୀକାନ୍ତ ନାଏକ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ରାକେଶ ଗଡତ୍ୟାଙ୍କ ସହ ମୁକେଶ ପଧନ, ସରୋଜ ବଗର୍ତ୍ତି, ଟିନୁ ଗଡତ୍ୟା, ଟୁକୁ ସେଠ୍, ହମିତ ଗଡତ୍ୟା, ଶୁଭମ୍ ବାରିକ, ସଞ୍ଜୀବ ହାତୀ, ନରେଶ ଗଡତ୍ୟା, ଉତ୍ତମ ନାଏକ, ସୁଶାନ୍ତ ପଧାନ, ଲାଲୁ ବଗର୍ତ୍ତି, ସିଦ୍ଧାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।