jayashree

ବଲାଙ୍ଗିରର ଲିଜା ବାଗ ୫୩ କେଜି ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦ ରୁ ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ୭୩ତମ ଓଡିଶା ରାଜ୍ୟ ଭାରୋତ୍ତଳନ ପ୍ରତିଯୋଗିତାରେ ପ୍ରଥମଥର ବଲାଙ୍ଗିରର ଲିଜା ବାଗ ୫୩ କେଜି ଯୁବ ବର୍ଗରେ ସ୍ୱର୍ଣ୍ଣ ପଦକ ଓ କନିଷ୍ଠ ବର୍ଗରେ ରୌପ୍ୟ ପଦକ ପାଇଁ ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବଲାଙ୍ଗିର ଜିଲ୍ଲାର ସମସ୍ତ କ୍ରୀଡାପ୍ରେମୀ ତଥା ଜିଲ୍ଲା ଭାରୋତ୍ତଳନ ସଂଘ, ବଲାଙ୍ଗିର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତା ୨୮ଡିସେମ୍ବର ୨୦୨୬ରୁ ୩ ଜାନୁୟାରୀ ୨୦୨୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମୋଦିନଗର ଠାରେ ଯୁବ ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଓଡିଶା ରାଜ୍ୟରୁ ମହିଳା ଭାରୋତ୍ତଳରେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି । ସୁଦାମ ବେହେରା, ବିନୟ ପାଣ୍ଡେ, ସଂଗ୍ରାମ ବହିଦାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.