oom

ସ୍ଵାଧୀନ ସେବା ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ମା’ ସିଦ୍ଧ ଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsmm

ଡ଼େଲାଙ୍ଗ : ଡ଼େଲାଙ୍ଗ ଘନୀପୁର ପଞ୍ଚାୟତ ଯୋରକଣିସ୍ଥିତ ମା’ ସିଦ୍ଧଚଣ୍ଡି ମନ୍ଦିର ସନ୍ନିକଟ ଖେଳ ପଡିଆରେ ସ୍ଵାଧୀନ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ୨୧ ତମ ମା’ ସିଦ୍ଧଚଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଦିବସରେ ଫାଇନାଲ ମ୍ୟାଚରେ ତାଜ କ୍ରିକେଟ ଟିମକୁ ହରାଇ ଶିଆଳିଆ ଟିମ୍ ବିଜୟ ଲାଭ କରିଥିଲା । ଏହି ପରିପ୍ରେକ୍ଷୀରେ ଅୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ସ୍ଵାଧୀନ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ଆଇନୀଜୀବୀ, ଶଶୀ ଶେଖର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କଣାସ ବ୍ଲକ ଅଧ୍ୟକ୍ଷ ସାଗର ବେହେରା, ବରେଦା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ବଡ଼ଜେନା, ଶିକ୍ଷାବିତ୍ ରମେଶ ଚନ୍ଦ୍ର ସ୍ଵାଇଁ, ବିଶ୍ୱଜିତ୍ ପାଢି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.