jayashree

ହାଇସ୍କୁଲ ଫୁଟବଲ ପ୍ରତିଯୋଗିତାରେ ଚନ୍ଦନଭାଟି ଚାମ୍ପିୟନ

ବଲାଙ୍ଗିର, (କେପିଏନ୍‌ଏ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ସଡନ୍ ଡେଥ୍‌ରେ ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲିକୁ ପରାସ୍ତ କରି ପଞ୍ଚାୟତ ହାଇସ୍କୁଲ ଚନ୍ଦନଭାଟି ଚାମ୍ପିୟନ ହୋଇଛି । ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଡା. ସିଦ୍ଧେଶ୍ୱର ମିଶ୍ରଙ୍କ ସଂଯୋଜନାରେ ଉଦ୍‌ଯାପନୀ ସମାରୋହରେ ସଂଘ ସଭାପତି ମୋହନ ଗୋପାଳ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ସାଗୁଆ ବଲାଙ୍ଗିର ସଭାପତି ଜୟପ୍ରକାଶ ପୁରୋହିତ, ସମ୍ପାଦକ କୂଳମଣି ସାହୁ, ଫୁଟବଲ କୋଚ୍ ପରାସର ବାଗ, ଶ୍ରୀମନ୍ତ ପଣ୍ଡା ଓ ପବିତ୍ର ଦାଶ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଖେଳକୁ ସୁଦର୍ଶନ ସେଠ, ପ୍ରଫୁଲ୍ଲ ବଗର୍ତ୍ତି, ବୈକୁଣ୍ଠ ଜେନା ଓ ନରସିଂ ସ୍ୱାମୀ ନାଇଡୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.