
- କାନିକା ପ୍ରସାଦ ପାଇଲେ ସହସ୍ରାଧିକ ଶ୍ରଦ୍ଧାଳୁ
ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତି ଓ ସେବାର ନିଆରା ଉଦାହରଣ ସୃଷ୍ଟି କରିଛି ବଲାଙ୍ଗିର ସାଗରପଡ଼ା ସୋସିଓ କଲ୍ଚରାଲ ଆସୋସିଏସନ୍। ଆସୋସିଏସନ୍ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ କାନିକା ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ତ୍ତିକ ପୂର୍ଣ୍ଣିମାର ପ୍ରତ୍ୟୁଷରୁ ବିଭିନ୍ନ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ସାରି ଫେରୁଥିବା ଶ୍ରଦ୍ଧାଳୁମାନଙ୍କୁ ସାଗରପଡ଼ା ଛକ, ଅର୍ଥାତ୍ ସବ୍କଲେକ୍ଟର କାର୍ଯ୍ୟାଳୟ ଛକ ନିକଟରେ କାନିକା ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ସେବା କାର୍ଯ୍ୟରେ ଆସୋସିଏସନ୍ର ସମସ୍ତ ସଦସ୍ୟ ସାମିଲ ହୋଇ ଶୃଙ୍ଖଳିତ ଭାବେ ପ୍ରସାଦ ବଣ୍ଟନ କରିଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ଆନନ୍ଦ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରଂଜନ କୁମାର ପାଣିଗ୍ରାହୀ, ରାମ ପ୍ରସାଦ ଦାସ, ଅଜିତ ତ୍ରିପାଠୀ, ରାକେଶ ପଣ୍ଡା, ରାଜକୁମାର ଗୋଚ୍ଛାୟତ, ରଶ୍ମି ରଂଜନ ପଣ୍ଡା, ଜଗବନ୍ଧୁ ମାଟି, ତ୍ରିନାଥ ଚନ୍ଦନ, ତେଜରାଜ ବିଶ୍ୱାସ, ଆନନ୍ଦ ମିଶ୍ର, ଗୋପାଳ ଦାସ, ପ୍ରଶାନ୍ତ ପୋଡ଼, ସଂଜୟ ଚନ୍ଦନ ଓ ସନ୍ତୋଷ ପୋଡ଼ଙ୍କ ସମେତ ଆସୋସିଏସନ୍ର ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।