jayashree

ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ ସମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

  • ଫାଇନାଲରେ ପଂଚାୟତ ହାଇସ୍କୁଲ ଚନ୍ଦନଭାଟି ଓ ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ର ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ହାଇସ୍କୁଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲ ଖେଳରେ ପଂଚାୟତ ହାଇସ୍କୁଲ ଚନ୍ଦନଭାଟି ୫-୦ ଗୋଲରେ ଭାଲେର ହାଇସ୍କୁଲକୁ ଏବଂ ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲି ୧-୦ ଗୋଲରେ ପିିପି ଏକାଡେମୀକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସମ୍ମାନିତ ଅତିଥି ଭାବରେ ଫୁଟବଲ ଏସୋସିଏସନ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂହ, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଓ ପୂର୍ବତନ ଖେଳାଳି ବିରେନ୍ଦ୍ର ସୁନା ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଡା. ସିଦେ୍ଧଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଖେଳରେ ସଭାପତି ମୋହନ ଗୋପାଳ ପଣ୍ଡା, ଉପସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଂପାଦକ ଡା. ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ସଦସ୍ୟ ବିରେନ୍ଦ୍ର କୁମାର ମିଶ୍ର, ସଲିମ ଖାନ, ରାଜ କିଶୋର ଦାଶ, ଭଗବାନ ବଗର୍ତ୍ତି, ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ସୁରେନ୍ଦ୍ର କୁମାର ସେଠ, ଦୁର୍ଗା ପ୍ରଶନ୍ନ ମହାପାତ୍ର, ଅମରଦୀପ ପାଣିଗ୍ରାହୀ, ଆଦିତ୍ୟ ପଟ୍ଟନାୟକ, ହରେରାମ ପାଣିଗ୍ରାହୀ, ଅଶୋକ ରଣା, ସୁବାଷ ଶତପଥି, ପ୍ରଦୀପ ସାଏ, ଜଗଦୀଶ ନାଥ, ସନ୍ତୋଷ ତ୍ରିପାଠୀ, କିଶୋର ପୁରୋହିତ, ରାଜେନ୍ଦ୍ର ମିଶ୍ର ମଂଚାସୀନ ଥିଲେ । ଖେଳକୁ ଉମେଶ ଭୋଇ, ନରସିଂସ୍ୱାମୀ ନାଇଡୁ, ଧନେଶ୍ୱର ସେଠ, ଶୁଶାନ୍ତ ନାଗ, ପ୍ରଫୁଲ୍ଲ ବଗର୍ତ୍ତି, ସୁଦର୍ଶନ ସେଠ, ଜିତୁ ଦଲାଇ, ବୈକୁଣ୍ଠ ଜେନା ଓ ଭରତ ଡାଙ୍ଗ ପରିଚାଳନା କରିଥିଲେ ।

Leave A Reply

Your email address will not be published.