jayashree

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟୁତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ବିଦ୍ଵତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଂକୁଳ ପ୍ରମୁଖ ଡଃ. ଦ୍ଵାଦଶ କୁମାର ପ୍ରଧାନ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ମାର୍ଗ ଦର୍ଶନ କରିଥିଲେ । ବିଦ୍ଵତ୍ ପରିଷଦ ଜିଲ୍ଲା ସଭାପତି ପ୍ରେମାନନ୍ଦ ବାରିକ, ସଂପାଦକ ଜନକ ଲାଲ ମେହେର, ସଂକୁଳ ସଂପାଦକ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଲୋକପାତ କରିଥିଲେ । ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିର ଝାରବନ୍ଧ, ଡ଼ଭା, ମେଲଛାମୁଣ୍ଡା, ଗାଇସିଲେଟ୍, ସର୍ଗିବାହାଲ, ଲଖମରା, ପଦ୍ମପୁର, ଘେଁସ ଓ ପାଇକମାଲରୁ ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀମାନେ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.