
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ପୂର୍ବରୁ ବ୍ୟାପକ ପ୍ରସ୍ତୁତି, ନିରନ୍ତର ତଦାରଖ ଏବଂ ପ୍ରତିଟି ସମସ୍ୟାର ତ୍ୱରିତ ସମାଧାନ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ‘ଅକୱାନ’ର ସଫଳ ମୁକାବିଲା କରିପାରିଛି । ପ୍ରାୟ ୧ ଲକ୍ଷ ୫୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ସୁବ୍ୟବସ୍ଥିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଜିରୋ କାଜୁଆଲିଟି ଉପରେ ଜିଲ୍ଲାପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ବାଘଲଟି ଜଳଭଣ୍ଡାର ଆର ପାର୍ଶ୍ଵରେ ନିଜ ମକା ଫସଲ ପାଇଁ ବାଡ଼ି ବଗିଚାରେ ରହି ଯାଇଥିଲେ ଏକ ପରିବାର । ବାତ୍ୟା ପ୍ରଚାର ଖବର ଶୁଣି ନଆସି ରହିଯାଇଥିଲେ । ବଗଡ଼(ଚାଷଜମି)ରେ କୁଡ଼ିଆ କରି ଜଳଭଣ୍ଡାରକୁ ଲାଗିକି ବିପଦପୂର୍ଣ୍ଣ ଭାବେ ରହିଥିବା ଆଙ୍କୁଲି ପଂଚାୟତ ଏଲଗଲଗ୍ରାମର ବୃଦ୍ଧ ଦମ୍ପତିଙ୍କ ସହ ତାଙ୍କ ୧୧ ବର୍ଷର ନାତିକୁ ବାଘଲଟି ଜଳଭଣ୍ଡାର ରାସ୍ତା ଦେଇ ସଫଳତା ପୂର୍ବକ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିବା ସାଂଗକୁ ତାଡକାସହି ବାତ୍ୟା ଆଶ୍ରୟସ୍ଥଳୀରେ ଓଡ୍ରାଫ ଟିମ୍ ପହଞ୍ଚିଥିଲା । ଏହି ଟିମରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ପ୍ରଧାନ, ଅଙ୍ଗନବାଡି କର୍ମୀ ମଞ୍ଜୁଳା କାର୍ଜୀ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରାଜ ଗୋପାଳ ପାଢ଼ୀ, ଓଡ୍ରାଫ ଟିମର ଉପାସୁ ମାହାର, ଭୂପେନ ସାମଲ, ରବୀନ୍ଦ୍ର ବେହେରା, ଜ୍ଞାନନିଧି ଭୋଇ ପ୍ରମୂଖ ଉପସ୍ଥିତ ରହିଥିଲେ ।