jayashree

ନୃସିଂହନାଥ ମନ୍ଦିରକୁ ରାଜ୍ୟପାଳଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ । ମହାମହିମଙ୍କୁ ନିମନ୍ତ୍ରଣ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହାସହ ବରଗଡ଼ର ବିକାଶକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ବରଗଡ଼ ସାଂସଦ । ବରଗଡ଼ ଲୋକସଭା କ୍ଷେତ୍ରର ସାମଗ୍ରିକ ବିକାଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ନିମନ୍ତ୍ରଣ ଦିଆଯାଇଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ପୀଠ ଶ୍ରୀ ନୃସିଂହନାଥ ମନ୍ଦିର । ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରେ ଅବସ୍ଥିତ ଏହି ପବିତ୍ର ପୀଠର ରହିଛି ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ପରିଚୟ । ଏହି ଐତିହ୍ୟସମ୍ପନ୍ନ ମନ୍ଦିର ପରିଦର୍ଶନ ପାଇଁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଛନ୍ତି ବରଗଡ଼ ସାଂସଦ । ନୃସିଂହନାଥ ପୀଠର ଆଧ୍ୟାତ୍ମିକ ମହତ୍ତ୍ୱ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ଗସ୍ତ ଗୁରୁତ୍ୱ ବହନ କରିପାରେ । ଅନ୍ୟପଟେ ବରଗଡ଼ ଲୋକସଭା କ୍ଷେତ୍ରର ବିକାଶକୁ ନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସ ଭବନରେ ସାକ୍ଷାତ ଆଲୋଚନା ହୋଇଛି । ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ସାମଗ୍ରିକ ବିକାଶ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ । ବରଗଡ଼ ଲୋକସଭା କ୍ଷେତ୍ରର ବିକାଶ ପାଇଁ ଅନେକ ସମ୍ଭାବନା ରହିଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରର ଉନ୍ନତି ଏହି ଅଞ୍ଚଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ପରେ ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କିଭଳି ଆଗକୁ ବଢ଼ିବ ବୋଲି ଆଶା ରହିଛି । ଗୋଟିଏ ପଟେ ନୃସିଂହନାଥ ମନ୍ଦିର ପରିଦର୍ଶନ ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ, ଅନ୍ୟପଟେ ବରଗଡ଼ର ଉନ୍ନୟନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା । ଏହି ଦୁଇଟି ପ୍ରସଙ୍ଗ ଏବେ ଚର୍ଚ୍ଚାରେ । ଆଗାମୀ ଦିନରେ ରାଜ୍ୟପାଳଙ୍କ ନୃସିଂହନାଥ ଗସ୍ତକୁ ନେଇ କୌଣସି କାର୍ଯ୍ୟସୂଚୀ ଘୋଷଣା ହୋଇପାରେ ବୋଲି ସାଂସଦ ଆଶା ରଖିଛନ୍ତି ।

Leave A Reply

Your email address will not be published.