
ଅଦିନିଆ ବର୍ଷା ଧୋଇନେଲା ବର୍ଷକର ପରିଶ୍ରମ ଓ ସ୍ୱପ୍ନ, ବାତ୍ୟା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀ, ବରଗଡ଼ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ
ବରଗଡ଼, (ମୁନ୍ନା ସାହୁ) : ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଚାଷୀ। ଗତକାଲିଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ପବନ ଆରମ୍ଭ ହୋଇଛି। ଏହାକୁ ନେଇ ଧାନ ଫସଲର ସୁରକ୍ଷାକୁ ନେଇ ଚାଷୀଙ୍କ ମନରେ ଭୟ ଓ ଆଶଙ୍କା ଦେଖାଦେଇଛି। ବିଶେଷକରି ଅମଳ ଉପଯୋଗୀ ହୋଇଥିବା ଧାନ ଫସଲ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଅନେକ ସ୍ଥାନରେ ଧାନ କଟା ହୋଇନଥିବା ବେଳେ ଆଉ କେତେକ ସ୍ଥାନରେ କଟା ଧାନ ଜମିରେ ପଡ଼ିରହିଛି। ଏଭଳି ସମୟରେ ବର୍ଷା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଚାଷୀଙ୍କ ଦାବି, ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉ ଏବଂ କ୍ଷତି ହେଲେ ତୁରନ୍ତ ସର୍ଭେ କରି କ୍ଷତିପୂରଣ ଓ ଫସଲ ବୀମା ସହାୟତା ଯୋଗାଇ ଦିଆଯାଉ।