jayashree

ଟଟୋପରା ଗ୍ରାମର ରାସ୍ତା ଶୋଚନୀୟ : କାଦୁଅ ପାଣିରେ ଯାତାୟାତ କରୁଛନ୍ତି ଗ୍ରାମବାସୀ, ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଲେବଡା ଗ୍ରାମ ପଞ୍ଚାୟତର ଟଟୋପରା ଗ୍ରାମର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଗ୍ରାମର ରାସ୍ତାରେ ଦୀର୍ଘଦିନ ଧରି ଦୂଷିତ ପାଣି ଜମି ରହିବା ସହ କାଦୁଅ ହେଉଥିବାରୁ ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ନାଳ ନର୍ଦ୍ଦମା ପାଣି ଜମି ରହିବା ଫଳରେ ପରିବେଶ ଅପରିଷ୍କାର ହେବା ସହ ଛୋଟ ପିଲା, ମହିଳା, ବୟସ୍କ ବ୍ୟକ୍ତି ଓ ଦୁଇଚକିଆ ଯାନ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଏହି ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି । ଗ୍ରାମର ବିଭିନ୍ନ ରାସ୍ତାର ଅବସ୍ଥା ଦେଖିଲେ ଗ୍ରାମର ବିକାଶ କେତେ ପଛରେ ରହିଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ରାସ୍ତାରେ ନିୟମିତ ପାଣି ଜମି ରହୁଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି । ଏଣୁ ଟଟୋପରା ଗ୍ରାମରେ ଯଥାଶୀଘ୍ର ସିମେଣ୍ଟ କଂକ୍ରିଟ୍ ରାସ୍ତା କିମ୍ବା ପେଭର ବ୍ଲକ୍ ରାସ୍ତା ନିର୍ମାଣ କରିବା ସହିତ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍ ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚ, ପଞ୍ଚାୟତ ପ୍ରଶାସନ ଓ ବ୍ଲକ୍ ପ୍ରଶାସନଙ୍କୁ ନିବେଦନ କରାଯାଇଛି । ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଟଟୋପରା ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

Leave A Reply

Your email address will not be published.