jayashree

ଡେଲାଙ୍ଗରେ ଜାତୀୟ ଗଣମାଧ୍ୟମ ଦିବସ ପାଳିତ -୨୦୨୬

  • “ଆଧୁନିକ ଆଲଗୋରିଦମ ଯୁଗରେ ସତ୍ୟ : ବିଶ୍ୱସନୀୟତା, ଭରଷା ଏବଂ ସାମ୍ବାଦିକତାର ଭବିଷ୍ୟତ” ଉପରେ ଆଲୋଚନାଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମେକ୍‌ଇନ୍‌ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଏବଂ ଡେଲାଙ୍ଗ ପ୍ରେସ କ୍ଲବ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଗଣମାଧ୍ୟମ ଦିବସ -୨୦୨୬, ସୋମବାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସଂସ୍କାର ସାଧନା ବିଦ୍ୟାଳୟମ୍ ଠାରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ, ମିଡ଼ିଆ ପରିବାରର ଏମ୍‌ଡି ତଥା ପ୍ରେସ କ୍ଲବ ସମ୍ପାଦକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବକୁ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ବିଦ୍ୟାଳୟମ୍‌ର ପ୍ରତିଷ୍ଠାତା ତଥା ଶିକ୍ଷାବିତ୍‌ ଶିବ ସ୍ୱରୂପ ମଙ୍ଗରାଜ ଏହାକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତରେ ବନ୍ଦେ ମାତରମ୍‌ ଜ୍ଞାନ ସହ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ “ଆଲଗୋରିଦମ ଯୁଗରେ ସତ୍ୟ : ବିଶ୍ୱସନୀୟତା ଏବଂ ସାମ୍ବାଦିକତାର ଭବିଷ୍ୟତ” ଶୀର୍ଷକ ଏକ ବର୍ଣ୍ଣାଢ଼୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ ସହିତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ ଉତ୍ସାହର ସହିତ ଜାତୀୟ ପ୍ରେସ ଦିବସ ପାଳନ କରିଥିଲେ । ପ୍ରିନ୍‌ସିପାଲ ସତ୍ୟଜିତ ବାରିକ, ବରିଷ୍ଠ ସାମ୍ବାଦିକ ରଶ୍ମି ରଞ୍ଜନ ପ୍ରଧାନ, ବିଜୟ କୁମାର ମହାପାତ୍ର, ଚିତ୍ତରଞ୍ଜନ ଜେନା, ପ୍ରଦୀପ ରଞ୍ଜନ ବିଶ୍ଵାଳ, ସିଦ୍ଧାର୍ଥ ବଳବନ୍ତରାୟ, ଗୀତାରାଣୀ ରଣଜିତ, ଅନିମାଞ୍ଜଳି ମିଶ୍ର, ସମାଜସେବୀ କଲ୍ୟାଣୀ ମିଶ୍ର ଜନପ୍ରତିନିଧି ପ୍ରଶାନ୍ତ କୁମାର ରାଉତରାୟ, ସମାଜସେବୀ ସୁନୀଲ ମିଶ୍ର, ଟ୍ରଷ୍ଟି ବେଣୁଧର ମଙ୍ଗରାଜ, ବାବୁରାମ ଦାସ, ଆଲୋକମୟ ହରିଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.