jayashree

ଆର୍‌ କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ରାଜୀବ କଲୋନୀ, କେଶବ ବାବା ସାହି ଓ ଟାଙ୍କିସାହି ବାସିନ୍ଦାଙ୍କୁ ଆର୍‌ କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ କରାଯଇଛି । ଆଗକୁ ଆସୁଥିବା ଶୀତକୁ ଲକ୍ଷ୍ୟ କରି ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ପଦକ୍ଷେପ ନିଆଯାଇଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି ଜଣାଇଛନ୍ତି । ଫାଉଣ୍ଡେସନର ସଦସ୍ୟ ମାନସ କୁମାର ଆଚାର୍ଯ୍ୟ କମ୍ବଳ ପ୍ରଦାନ କରିଥିଲେ । ଅତିଥି ଭାବେ ଯୋଗଦେଇ ଡ଼. ଶୁଭଶ୍ରୀ ଆଚାର୍ଯ୍ୟ, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ବୁଲବୁଲ ଆଚାର୍ଯ୍ୟ ୬୦ ଜଣ ହିତାଧିକାରୀଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅବିନାଶ ସେଠି, ଭଗବତୀ ଭୂୟାଁ, ରାଜଶ୍ରୀ ଦାସ, ରୀନା ଭଞ୍ଜଦେଓ, ଝିଲି ମାଇତି ଓ ସୁପ୍ରଭା ଭଞ୍ଜଦେଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.