
ବଲାଙ୍ଗିର, (କେପିଏନ୍ଏସ୍) : ରବିବାର ଅନୁଷ୍ଠାନର ସଭାପତି ଆଲ୍ଲାଦିନି ପାଣିଗ୍ରାହୀ ଦାସଙ୍କ ସଭାପତିତ୍ୱରେ ଏକ ସୁନ୍ଦର ନୂଆଁ ଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଡ. ମଞ୍ଜୁବାଳା ପଟ୍ଟନାୟକ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟ ସଂପାଦକ ଅଖିଳ ଚନ୍ଦ୍ର ହୋତା । ଏମାନଙ୍କ ସହିତ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସହରର ଜଣାଶୁଣା ନାରୀନେତ୍ରୀ ସରସ୍ଵତୀ ନନ୍ଦ, ସଂପାଦକୀୟ ବିବରଣୀ ପାଠ କରିଥଲେ । ମଞ୍ଚାସିନ ସମ୍ପାଦିକା ତୃପ୍ତିମୟୀ ତ୍ରିପାଠୀ, ସଭାକୁ ସଂଯୋଜନା କରିଥଲେ ଏବଂ ଦିଲୀପ୍ କୁମାର ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥଲେ । ଶୋଭାଙ୍ଗି ସୁକନ୍ୟା ତ୍ରିପାଠୀ ଶେଷରେ ସୁଜାତା ନାଏକ ଧନ୍ୟବାଦ୍ ଅର୍ପଣ କରିଥଲେ । ଏହା ପରେ ଦ୍ଵିତୀୟ ଅଧିବେଶନରେ କବିତା ମିଶ୍ରଙ୍କ ସଭାପତିତ୍ଵରେ କୋଷାଧ୍ୟକ୍ଷା ପ୍ରଭାସିନୀ ଭୋଇ, ସହ ସମ୍ପାଦିକା ପୁଷ୍ପାଞ୍ଜଳି ମେହେର, ସମ୍ବର୍ଦ୍ଧିତ ପ୍ରତିଭା ସୁଷମା ଦାସ ଓ ସରସ୍ଵତୀ ମିଶ୍ର ମଞ୍ଚାସିନ ଥିଲେ । ଅନେକ କବି କବିତା ପାଠ କରିଥିଲେ । ମ୍ୟୁଜିକ୍ ଚେୟାର ଗ୍ରୁପ୍ ନାଚ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାକୁ ସନ୍ତୋଷିନୀ ସାହୁ ସଂଯୋଜନା କରିଥିବା ବେଳେ ରାଜୀବ ଭୋଇ ଧନ୍ୟବାଦ୍ ଅର୍ପଣ କରିଥଲେ । ପ୍ରାୟ ୫୦ରୁ ଅଧିକ ନାରୀ କବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଞ୍ଜଳୀ ଶତପଥୀ, ରଶ୍ମୀ ପାତ୍ର, ସନ୍ତୋଷିନୀ ମେହେର, ଆରତୀ ମିଶ୍ର, ରାଜଶ୍ରୀ ତ୍ରିପାଠୀ, ହିରାବତୀ ସାହୁ, ଲକ୍ଷ୍ମୀ ବଗର୍ତ୍ତି, ଯଶୋବନ୍ତି ନାଏକ, ଲକ୍ଷ୍ମୀ ପ୍ରିୟା ଧରୁଆ, ଲକ୍ଷ୍ମୀ ପ୍ରିୟା ପାଣିଗ୍ରାହୀ, ନିଳକାନ୍ତି ପଟ୍ଟନାୟକ, ଯମୁନା ଦାସ, ସୌମ୍ୟା ପ୍ରିୟଦର୍ଶିନି, ସୋଭାଙ୍ଗି ସୁକନ୍ୟା, ଲିପ୍ସା, ହରପ୍ରସାଦ, ବିନିତା ଦାସ ଆଦି ସଭ୍ୟ ସଭ୍ୟା ଆନ୍ତରିକ ସହଯୋଗ କରିଥଲେ ।