jayashree

ପଞ୍ଚକୁଣ୍ଡୀୟ ମହାଯଜ୍ଞର ଶୁଭ ସ୍ତମ୍ଭ ସ୍ଥାପନ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ୍‌ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝରେଇବାହାଲି ଗ୍ରାମର ରଘୁନାଥ ମଠର ମହନ୍ତ ମହାରାଜ ଶ୍ରୀ ବଳରାମ ଦାଶ ମହାରାଜଙ୍କ ଆନୁକୁଲ୍ୟରେ ରଘୁନାଥ ମହାପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଓ ପଞ୍ଚକୁଣ୍ଡିୟ ମହାଯଜ୍ଞର ଶୁଭ ସ୍ତମ୍ଭ ସ୍ଥାପନ କରାଗଲା । ଉକ୍ତ ଉତ୍ସବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଂଦେଓ ଏବଂ ଏହି ମହୋତ୍ସବର ସଭାପତି ଶୁସିଳ ଚାନ୍ଦ ଉପସଭାପତି ବିଭୁତିଭୂଷଣ ପୁରୋହିତ ସହିତ ସ୍ଥାନୀୟ ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଭକ୍ତ ଓ ଜନସାଧାରଣ ଉପସ୍ଥିତ ରହିଥିଲେ । ଏହି ଉତ୍ସବଟି ମାର୍ଚ୍ଚ ମାସରେ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.