jayashree

ଶିଶୁ ଦିବସରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟାର୍ଥୀଙ୍କ ସହ ଜିଲ୍ଲାପାଳ ଖୁସି ମନାଇଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିଶୁ ଦିବସ ଅବସରରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସି ଛାତ୍ରଛାତ୍ରୀମାନଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଏକ ନିଆରା ଭାବେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ଯାହାକି ଗଞ୍ଜାମ ଜିଲ୍ଲାର ବିଶେଷ ବନ୍ୟା ପ୍ରଭାବିତ ଆସିକା ଓ ଧରାକୋଟ ଅଞ୍ଚଳର ବିଦ୍ୟାଳୟକୁ ଯାଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ପାଠ୍ୟ ଉପକରଣ କିଟ୍ ବଣ୍ଟନ କରିଛନ୍ତି । ସ୍କୁଲ ବ୍ୟାଗ୍, କମ୍ପାସ ବକ୍ସ, କଲମ, ପେନ୍‌ସିଲ ଓ ପାଣି ବୋତଲ ଆଦି ପିଲାଙ୍କୁ ବଣ୍ଟନ କରିଥିଲେ । ସେତେବେଳକୁ ମଧ୍ୟାହ୍ନ ଭୋଜନ ସମୟ ହୋଇଥିବା ବେଳେ ଜିଲ୍ଲାପାଳ ନିଜେ ବିଦ୍ୟାର୍ଥୀ ମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇ ପିଲାଙ୍କ ସହ ବାର୍ତ୍ତାଳାପ ସାଂଗକୁ ଜିଲ୍ଲାପାଳ ଖୁସି ମନାଇଥିଲେ । ନିଷ୍ଠା, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଓ ଏକାଗ୍ରତାର ସହ ପାଠପଢ଼ି ଜୀବନରେ ସଫଳ ମଣିଷ ହେବାକୁ ସେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ । ପରେ ଜିଲ୍ଲାପାଳ ଧରାକୋଟ ସ୍ଥିତ ବାଲୁଙ୍କେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରି ସେଠାରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ପାଠ୍ୟ ଉପକରଣ କିଟ୍ ବଣ୍ଟନ କରିଥିଲେ ।

Leave A Reply

Your email address will not be published.