
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଖଲିଆ ଭଟା ସ୍ଥିତ ଆଶ୍ରମ ବିଦ୍ୟାଳୟ ଖେଳ ପଡିଆ ଠାରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଜୟପାଟଣା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୬ଆୟୋଜିତ ହୋଇଯାଇଛି । ସରକାରୀ ସହାୟତା ଓ ଉତ୍ତମ ଜ୍ଞାନ କୌଶଳକୁ ଆଧାର କରି ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ମାଧ୍ୟମରେ ନିଜର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଲୋକଙ୍କ ଚାହିଦା ମୁତାବକ ବଜାର ସୃଷ୍ଟି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ବିଭିନ୍ନ ଷ୍ଟଲ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ଏକ କର୍ମଶାଳାର ଆୟୋଜନ କରଯାଇଥିଲା । ପରିଶେଷରେ ବ୍ଲକ ସ୍ତରରେ କୃତିତ୍ୱର ସହିତ ବିବିଧ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହୋଇଥିବା ଉଦ୍ୟୋଗୀ ମାନଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ପ୍ରକଳ୍ପ ମାନଙ୍କ ପାଇଁ ସବ୍ସିଡି ଓ କାର୍ଯ୍ୟାଦେଶ ପ୍ରଦାନ କରଯାଇଥିଲା । ଆୟୋଜିତ ସମାରୋହରେ ପ୍ରାଣୀ ସମ୍ପଦ ଅଧିକାରୀ ଗୋକୁଳ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିସାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଳା ପ୍ରାଣୀ ସମ୍ପଦ ଅଧିକାରୀ ଡକ୍ଟର ଦିବାକର ବେହୁରା ଯୋଗ ଦେଇଥିଲେ । ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ରାଜ୍ୟ ସଭା ସାଂସଦ ପ୍ରତିନିଧି ଅରବିନ୍ଦ ପଣ୍ଡା, ବିଧାୟକ ପ୍ରତିନିଧି ସତ୍ୟ ନାରାୟଣ ଅଗ୍ରୱାଲ, ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ, କୃଷି ଉଦ୍ୟୋଗୀ ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷ ପ୍ରତିନିଧି ଲାବଣ୍ୟ ବାଣୁଆ, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସରପଞ୍ଚ ସଂଘ ସଭାପତି କୈଳାଶ ସାହୁ, ସମିତି ସଭ୍ୟ ସଭାପତି ଅନନ୍ତ ପଟ୍ଟନାୟକ, ଦିଲୀପ କୁମାର ରାଉତ, ଖଲିଆ ଭଟା ସରପଞ୍ଚ ଶ୍ରୀମତୀ ମାଝୀ, ସମିତି ପ୍ରଭା ପୂଝାରୀଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ । ଯୁବ ଉଦ୍ଘୋଷକ ଚିତ୍ତ ରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ମତ୍ସ୍ୟ ଅଧିକାରୀ ଅରବିନ୍ଦ ଟାଂଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।