jayashree

କଳିଙ୍ଗ ନଗର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କଳିଙ୍ଗ ନଗର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନୋରମା ରାଉତ, ଉପାଧ୍ୟକ୍ଷ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ମୁଖ୍ୟ ବକ୍ତା, ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ, ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟକାନ୍ତ ରଣା, ଥମିର ଛତ୍ରିଆ, ଜାନକୀରାମ ସାମବେଦମ, ସାଧନା ଦାସ, ସଭାପତି ସସ୍ମିତା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମା ସରସ୍ୱତୀ ଓ ବିଘ୍ନନାଶକ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ସିଆରସିସି ଦୀନେଶ ମହାନନ୍ଦ ସଭା ପରିଚାଳନା ଓ ଶିକ୍ଷୟିତ୍ରୀ ଦୀପା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ପବିତ୍ର ଶିଶୁ ଦିବସ ହୋଇଥିବାରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବିଷୟରେ ଅତିଥି ମାନେ କହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶାନ୍ତି ଭୋଇ, ସବିତା ରଣା, ସୁଜାତା ଧରୁଆ, ଲାବଣ୍ୟବତୀ ଧରୁଆ, ଅଞ୍ଜଳି ନାୟକ, ଦୀପାଞ୍ଜଳି ସାହୁ, ବିଭୁଦତ୍ତ ସାହୁ, ଶିଶୁ ସେବିକା ଚନ୍ଦ୍ରକାନ୍ତି ପୁଟେଲ, ରାନୀ ଖର୍ସେଲ ଆଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.