jayashree

ପିଏମ୍‌ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ଅର୍ନ୍ତଗତ ଡୁଙ୍ଗୁରିପାଲି ପିଏମଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରି ବିଭିନ୍ନ ମଡେଲ, ପ୍ରକଳ୍ପ ଓ କାର୍ଯ୍ୟକାରୀ ଉପକରଣ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟରୁ ମୋଟ ୬୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମନାଭ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଏକାଦଶ ବର୍ଗେଇ ସୁନ୍ଦର ଭାବରେ ସଂଯୋଜନା କରିଥିଲେ । ବିଦ୍ୟାଳୟର ଗଣିତ ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦିନୀ ମାହାଣା ଏହି ପ୍ରଦର୍ଶନୀର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଅନୁସନ୍ଧିତ୍ସା ଏବଂ ସୃଜନଶିଳତା ବିକାଶ କରିବାରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜିନ ପଞ୍ଚବିହାର ବିଜ୍ଞାନ, ସଭ୍ୟତାର ପ୍ରଗତି ଓ ବିକାଶର ମୂଳଆଧାର ବୋଲି ଆଲୋକପାତ କରିଥିଲେ । ବିଚାରକ ଭାବେ ଗଙ୍ଗାଧର ମେହର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନିଷ କୁମାର ପଣ୍ଡା ଏବଂ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଖରଝୁରାର ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ସାହୁ ଯୋଗଦାନ କରି ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ସଞ୍ଜୟ କୁମାର ପଧାନ, ବସନ୍ତ ଭୋଇ, ଲଳିତା ସାହୁ, ସୁଶ୍ରୀ ପ୍ରଜ୍ଞା ପ୍ରଧାନ, ସ୍ନେହଲତା ଖେତୀ, ପୁଷ୍ପାଞ୍ଜଳି ନାୟକ, ଆଦିତ୍ୟ କିଶୋର ପାଢ଼ୀ, ଅଲେଖ ସାହୁ, ନିବେଦିତା ମିଶ୍ର, ନର୍ମଦା ପାତ୍ର, ନିହାରିକା ମିଶ୍ର, ସଂଯୁକ୍ତା ଗାଈଗୋଉରିଆ, ସୁଚରିତା ସାହୁ, ଲୀନାକ୍ଷୀ ଦାସ, ଚୌଧୁରୀ ବିଭାର, ସହାୟକ କର୍ମଚାରୀ ଭାବେ ବାଳମୁକୁନ୍ଦ ସେଠି, ଚମାର ବାଘ ଏବଂ ମଧୁମିତା ପଧାନଙ୍କ ନିଷ୍ଠା ପୂର୍ଣ୍ଣ ସହଯୋଗ ଓ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା ।

Leave A Reply

Your email address will not be published.