
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଏନ୍.ଏ.ସି. କାର୍ଯ୍ୟାଳୟ ପକ୍ଷରୁ ନୂତନ UPMP ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁର ହୋଇଥିବା ୮୫ ଜଣ ପେନସନ୍ ହିତାଧିକାରୀଙ୍କ ମଧ୍ୟରୁ ୬୧ ଜଣଙ୍କୁ ପେନସନ୍ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ନୂତନ ହିତାଧିକାରୀମାନେ ସରକାରୀ ପେନସନ୍ ଯୋଜନାର ସୁବିଧା ପାଇପାରିବେ । ଏଥିସହ ନୂତନ UPMP ପୋର୍ଟାଲ ମାଧ୍ୟମରେ ପେନସନ୍ ପାଇଁ ଆବେଦନ କରିବାର ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଯୋଗ୍ୟ ହିତାଧିକାରୀମାନେ ଏହି ନୂତନ ପୋର୍ଟାଲ ମାଧ୍ୟମରେ ପେନସନ୍ ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଥିଲା । ସରକାରୀ ପେନସନ୍ ଯୋଜନାର ସୁବିଧା ଯୋଗ୍ୟ ଏବଂ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ NAC ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ, ସାଂସଦ ଲୋକସଭା କଳାହାଣ୍ଡିଙ୍କ ପ୍ରତିନିଧି ବଣ୍ଟି ଜୈନ ଏବଂ କେସିଙ୍ଗା NACର ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୃସିଂହ ବେହେରା ଏବଂ କେଶରୀ ନାଏକ ।