jayashree

ଝରନିପାଲି ପଞ୍ଚାୟତକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ଗ୍ରାମ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କ୍ୟାପିଟାଲ ହାଇସ୍କୁଲ ୟୁନିଟ୍-୩ ଭୁବନେଶ୍ୱର ଠାରେ ସରପଞ୍ଚ ସୁନୀତା ସାହୁଙ୍କୁ ପ୍ରଦାନ କରଯାଇଛି । ଗ୍ରାମ ପଞ୍ଚାୟତ ଦ୍ୱାରା ସ୍କୁଲର ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ରୋଷେଇ ଘର ବ୍ୟବସ୍ଥା, ସ୍କୁଲ ମରାମତି ତଥା ମଧ୍ୟାହ୍ନ ଭୋଜନର ତଦାରଖ ସମେତ ବିଭିନ୍ନ କାର୍ଯ୍ୟ ସରପଞ୍ଚଙ୍କ ସଠିକ୍ ପଦକ୍ଷେପ ପାଇଁ ହୋଇପାରିଛି । ପୂର୍ବରୁ ଏହି ପଞ୍ଚାୟତ ଜିଲ୍ଲାସ୍ତରର ପୁରସ୍କୃତ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟସ୍ତରୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏହି ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ସରପଞ୍ଚ ଶ୍ରୀମତୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଥିବା ବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ତଥା ପଞ୍ଚାୟତ ବାସୀଙ୍କ ସହଯୋଗ ପାଇଁ ଏହି ପୁରସ୍କାର ମିଳିପାରିଛି ବୋଲି ସରପଞ୍ଚ ଶ୍ରୀମତୀ ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.