jayashree

ଜାତୀୟ ବରିଷ୍ଠ ତୀରନ୍ଦାଜୀ ଚାମ୍ପିୟନସିପ୍‌ ପାଇଁ ମୟୂରଭଞ୍ଜର ଦୁଇ ଖେଳାଳି ମନୋନୀତ

  • (ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପାଇଁ ଗୌରବର ମୁହୂର୍ତ୍ତ)

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗୌରବର ବିଷୟ । ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ଦୁଇ ପ୍ରତିଭାବାନ ତୀରନ୍ଦାଜ ରୋହିତ କୁମାର ମାର୍ଣ୍ଡି ଓ ଗୋବିନ୍ଦ ମାଝୀ ମେଘାଳୟର ଶିଲଙ୍ଗ ଠାରେ ଅନୁଷ୍ଠିତ ହେବାକୁ ଥିବା ୩୩ତମ ବରିଷ୍ଠ ଜାତୀୟ ତୀରନ୍ଦାଜୀ ଚାମ୍ପିୟନସିପ୍‌–୨୦୨୬ ପାଇଁ ଓଡ଼ିଶା ଦଳରେ ମନୋନୀତ ହୋଇଛନ୍ତି । ଓଡ଼ିଶା ତୀରନ୍ଦାଜୀ ସଂଘ ପକ୍ଷରୁ ଅକ୍ଟୋବର ୮ ତାରିଖରେ ପ୍ରକାଶିତ ଚୂଡ଼ାନ୍ତ ଚୟନ ତାଲିକା ଅନୁଯାୟୀ, ଉଭୟ ଖେଳାଳି ଇଣ୍ଡିଆନ୍ ରାଉଣ୍ଡ ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ କ୍ରୀଡ଼ା ପ୍ରଶିକ୍ଷଣ ଓ ସୁଯୋଗ ପ୍ରଦାନ କରିବା ଦିଗରେ କାର୍ଯ୍ୟରତ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପାଇଁ ଏହି ସଫଳତା ଏକ ଗର୍ବର ବିଷୟ । ରୋହିତ ଓ ଗୋବିନ୍ଦଙ୍କ ଏହି ମନୋନୟନ ଏକାଡେମୀର କ୍ରୀଡ଼ା ବିକାଶ ଯାତ୍ରାରେ ଆଉ ଏକ ଉଲ୍ଲେଖନୀୟ ଉପଲବ୍ଧି ଯୋଡ଼ିଛି । ଏହି ସଫଳତା ପାଇଁ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଯୁବ ସମାଜସେବୀ ରାକେଶ ସିଂ, ଏକାଡେମୀ ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ ଓ ମଙ୍ଗଲ ହାଁସଦା, ସହ-ପ୍ରତିଷ୍ଠାତା ରୂପାଲୀ ସୋରେନ ଓ ସାଇ କିରଣ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଏବଂ ପ୍ରଶିକ୍ଷକ ତରଣିସେନ୍ ନାୟକ ଓ ଫୁଲମଣି ପାଲେୟା ଦୁଇ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି ।

Leave A Reply

Your email address will not be published.