
- ରାୟଗଡାର ଢେମସା ନୃତ୍ୟୁରେ ଝୁମିଲେ ଦର୍ଶକ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି, ମା’ ସାହାଜି ଯୁବକ ସଂଘ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଚାଲିଥିବା ୪ର୍ଥ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଆୟୋଜିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତି ଯୁବରାଜ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରାଜୀବ ସଗରିଆ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, କଣ୍ଟାବାଞ୍ଜି ବିଧାୟକଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ବସନ୍ତ ମେହେର, କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ସଂଯୋଜକ ଯୌବନ ବାଗ, ସମିତି ସଭ୍ୟ କେଦାର ଭୋଇ, ବିଶିଷ୍ଠ କଣ୍ଠଶିଳ୍ପୀ ଦୁର୍ଦକ୍ଷ ହଂସ, ଯୁବ ସ୍ୱେଚ୍ଛାସେବୀ ପରମେଶ୍ୱର ମହାନନ୍ଦ, କପିଲାଭଟା ଯୁବ ସମାଜସେବୀ ରାହୁଲ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ଗିରିଗୋବର୍ଦ୍ଧନ ମହୋତ୍ସବର ଉତ୍ତୋରତ୍ତର କାମନା କରିବା ସହ ବିଭିନ୍ନ ପ୍ରକାର ଉନ୍ନତି କରଣ କରିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆୟୋଜକ କମିଟି ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଅନନ୍ତରାମ ହଂସ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କମିଟିର ସଂଯୋଜକ ତଥା ସାମ୍ବାଦିକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ପ୍ରତିଭାବନ ବ୍ୟକ୍ତି ବଙ୍ଗୋମୁଣ୍ଡା ଆଇଆଇସି ସଂଜୀବ ପ୍ରଧାନ, ନନ୍ଦିଘୋଷ ଟିଭିର ସାମ୍ବାଦିକ ତଥା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, କପିଲାଭଟା ହାଇସ୍କୁଲର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକ, ସାହିତ୍ୟିକ ଡଃ. ନାରାୟଣ ମିଶ୍ର, କପିଲାଭଟା ୟୁପି ସ୍କୁଲର ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଳଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଓଡିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ରାୟଗଡ଼ାର ଢେମସା ନୃତ୍ୟୁରେ ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଉପଭୋଗ କରିଥିଲେ । ରାତ୍ରିରେ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର କାଳ୍ପନିକ ନାଟକ “ଜୀବନ ହସୁଛି ଆଖି ଲୁହରେ” ମଂଚସ୍ଥ ହୋଇଥିଲା । ଆୟୋଜକ କମିଟିର ସଭାପତି ଯୁବରାଜ ହଂସ, ଉପସଭାପତି ହରପ୍ରସାଦ ହଂସ, ସମ୍ପାଦକ ଅନନ୍ତରାମ ହଂସ, ସହ ସମ୍ପାଦକ ନରେନ୍ଦ୍ର ପୁଞ୍ଜି , କୋଷାଧ୍ୟକ୍ଷ ଭାବେ ମନ୍ମଥ ହଂସ, ସଦସ୍ୟ ଥମିର ଜାନି, କୁବେର ହଂସ, ସନ୍ତୋଷ ହଂସ, ଈଶ୍ୱର ହଂସ, ହରେଶ ବେହେରା, ଭକ୍ତବନ୍ଧୁ ହଂସ, ଦୁର୍ମନ ହଂସ, ଲୋକନାଥ ହଂସ, ବ୍ରହ୍ମ ହଂସ, ଧର୍ମେନ୍ଦ୍ର ଦାସ ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।