jayashree

ହୀରାପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ଦ୍ଵିତୀୟ ଦିନରେ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପଦବୀ ପୂରଣ ପାଇଁ ଆୟୋଜିତ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିବା ସହିତ ଧାରଣାକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିବା ପରିଚାଳନା କମିଟି ସଦସ୍ୟ ମୋହନ ରାଉତ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ସଂପୃକ୍ତ ବିଦ୍ୟାଳୟରେ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪୫ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ତିନି ଜଣ ଶିକ୍ଷକ ନିୟୋଜିତ ରହିଥିଲେ । ବ୍ଲକର ଏକ ମାତ୍ର ପିଏମଶ୍ରୀ ବିଦ୍ୟାଳୟର ଏତାଦୃଶ ସ୍ଥିତି ସମସ୍ତଙ୍କୁ ବ୍ୟଥିତ କରିବା ଓ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଫଳ ନ ମିଳିବାରୁ ଆନ୍ଦୋଳନର ପନ୍ଥା ଗ୍ରହଣ କରାଯାଇଥିଲା ବୋଲି ସମାଜ ସେବୀ ପରୀକ୍ଷିତ ନାଏକ ପ୍ରକାଶ କରିଛନ୍ତି । ପରିଶେଷରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦୀସାରୀ ଓ ବିଇଓଙ୍କ ହସ୍ତକ୍ଷେପ ପରେ ବିଭାଗ ସ୍ଥିତାବସ୍ଥାରେ ଜଣେ ମାତ୍ର ଶିକ୍ଷକ ଦିଆଯାଇପାରିବ ବୋଲି ପ୍ରତିଶ୍ରୁତି ସେବା ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା ।

Leave A Reply

Your email address will not be published.