jayashree

ଡୁମେରମୁଣ୍ଡା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅସର ପଞ୍ଚାୟତ ଅନ୍ତର୍ଗତ ଡୁମେରମୁଣ୍ଡା ଗାଁରେ ତୃତୀୟ ବର୍ଷ ପାଇଁ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ପୂଜାକୁ ନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପୂଜା କର୍ତ୍ତା ଭାବେ ତେଜାନ ଚନ୍ଦନ ଦାୟିତ୍ୱ ତୁଳାଇଥିବା ବେଳେ ପୂଜକ କାହ୍ନୁଚରଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସିମ୍ରନ ସିଂ ଭୋଇ, ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇଙ୍କ ସମେତ ଡୋଳାମଣି ଥପା, ହେମନ୍ତ ସାହୁ, ସମାଜସେବୀ ହୀରାଧର ଗହିର, ଗୁରୁବାରୁ ଚନ୍ଦନ, ରତ୍ନା ମନହୀରା, ନେପାଳ ସାମଲ, ଶିବପ୍ରସାଦ ବାଗ ପ୍ରମୁଖ ଯୋଗଦେଇଥିଲେ । କମିଟିର ସମ୍ପାଦକ ଦୋଳଗୋବିନ୍ଦ ମନହୀରାଙ୍କ ସମେତ ଗ୍ରାମବାସୀ ଓ ଯାଦବ ସମାଜର ସଦସ୍ୟମାନେ ପୂଜା ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.