jayashree

ନିଶାଦ୍ରବ୍ୟ କାରବାର ମାମଲାରେ ଓଡ଼ିଶାରୁ ଅଭିଯୁକ୍ତ ଗିରଫ

  • କେନ୍ଦୁଝରରେ ପଶ୍ଚିମବଙ୍ଗ ପୁଲିସର ଚଢ଼ାଉ, ନନ୍ଦିପଦା ପୁଲିସର ସହଯୋଗ

କେନ୍ଦୁଝର : ନିଶାଦ୍ରବ୍ୟ କାରବାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଓଡ଼ିଶାରେ ପହଞ୍ଚିଲା ପଶ୍ଚିମବଙ୍ଗ ପୁଲିସ । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ପୁଲିସର ସହଯୋଗରେ ଶାସଙ୍ଗ ଗ୍ରାମରୁ ଅଭିଯୁକ୍ତ ଅଜିତ କୁମାର ସ୍ୱାଇଁଙ୍କୁ ରବିବାର ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ହରିପାଳ ଥାନାରେ ଅକ୍ଟୋବର ୩୧ ତାରିଖରେ କେସ୍ ନମ୍ବର ୭୮୮/୨୦୨୬ ଏବଂ ଏନ୍‌ଡିପିଏସ୍ ଆଇନର ଧାରା ୨୦(ବି)(ଆଇଆଇ)(ସି) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ନନ୍ଦିପଦା ଥାନା ଅନ୍ତର୍ଗତ ଶାସଙ୍ଗ ଗ୍ରାମର ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ଅଜିତ କୁମାର ସ୍ୱାଇଁ ଅଭିଯୁକ୍ତ ଅଛନ୍ତି । ଅଜିତ ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ସୂଚନା ପାଇ ହରିପାଳ ଥାନାର ଏସ୍‌ଆଇ ଉଜ୍ଜ୍ୱଳ ଦେଙ୍କ ନେତୃତ୍ୱରେ ଚାରିଜଣିଆ ପୁଲିସ ଟିମ୍ ନନ୍ଦିପଦାରେ ପହଞ୍ଚିଥିଲା । ପରେ ସ୍ଥାନୀୟ ପୁଲିସର ସହଯୋଗରେ ଶାସଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା । ପୁଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ଅଜିତଙ୍କୁ ଶେଷରେ କାବୁ କରାଯାଇଥିଲା । ଏହି ଚଢ଼ାଉରେ ନନ୍ଦିପଦା ଥାନା ଇନ୍ସପେକ୍ଟର ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଗିରଫ ଅଭିଯୁକ୍ତଙ୍କୁ ରବିବାର ସ୍ଥାନୀୟ ଅଦାଲତରେ ହାଜର କରାଯିବ । ଅଦାଲତଙ୍କ ଅନୁମତି ମିଳିବା ପରେ ତାଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ପଶ୍ଚିମବଙ୍ଗ ନିଆଯିବ ବୋଲି ନନ୍ଦିପଦା ଥାନାଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.