jayashree

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ତରଫରୁ ପ୍ରଫେସର ଅବନୀ ବରାଳଙ୍କ ପୁଣ୍ୟତିଥି ପାଳନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସଭାପତି ପ୍ରଫେସର ତୁଲସୀଦାସ ପାଢ଼ୀଙ୍କ ସଭାପତିତ୍ୱରେ କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ଦ୍ୱାରା ପ୍ରଫେସର ଅବନୀ ବରାଳଙ୍କ ୧୪ତମ ପୁଣ୍ୟତିଥି ଅଦ୍ୟ ନଭେମ୍ବର ୦୭ତାରିଖରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫେସର ପ୍ରଣୟ ତ୍ରିପାଠୀ, ଜିଲ୍ଲା ସମ୍ପାଦକ ପ୍ରଫେସର ସୁଶାନ୍ତ ପାଢ଼ୀ, ଉପସଭାପତି ପ୍ରଫେସର ଭୁବନ ଠାକୁର, ସଂଗଠନ ସମ୍ପାଦକ ପ୍ରଫେସର ବିନୋଦ ପଟ୍ଟନାୟକ, ପ୍ରଫେସର ସୁମନ କୁମାର ରଥ ଯୋଗଦେଇ ପ୍ରଫେସର ଅବନୀ ବରାଳଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସାନ୍ଧ୍ୟ ଜୁନିଅର ଜଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଗଣ ସହଯୋଗ କରିଥିଲେ । ପ୍ରଫେସର ବିନୋଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.