jayashree

ବୁରୋମାଲରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବୁରୋମାଲ ପଞ୍ଚାୟତ ଅନ୍ତର୍ଗତ ବୁରୋମାଲ ପିଏମ୍‌ଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍‌ଘାଟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ସାଂସଦ, ଲକ୍ଷ୍ମଣ ବାଗ, ବିଧାୟକଙ୍କ ଉପସ୍ଥିତିରେ ସାରା ରାଜ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ହେବା ଅବସରରେ ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁରୋମାଲ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅବିନାଶ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ପୂଜା ବେହେରା, ଅଧ୍ୟକ୍ଷା, ଲକ୍ଷ୍ମୀ ଧରୁଆ, ସରପଞ୍ଚ, ଅନୀତା ବନଛୋର, ଓ୍ୱ।ର୍ଡ ସଭ୍ୟା, ହିଆଁଲ ସିଆରସିସି ବିରଞ୍ଚି ନାରାୟଣ ଦାଶ, ସିଆରସିସି ଅନୁପ କୁମାର ଦାସ, ଅଭି ବାଗ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ଦିବ୍ୟ ରଞ୍ଜନ ବନଛୋର ଉପସ୍ଥିତ ଥିଲେ । ବୁରୋମାଲ ଗ୍ରାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେଲେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବେ ତେଣୁ ସରକାରଙ୍କ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ରୀତାରାଣୀ ମହାନ୍ତି, ଶରତଚନ୍ଦ୍ର ମେହେର, ଜ୍ୟୋତି ଭୁଏ, ସୁରେଶ ତାଣ୍ଡୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.