jayashree

ସହିଦ୍‌ଙ୍କ ଉଦ୍ଦେଶ୍ୟରେ ଦୀପଟିଏ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସହିଦ୍ ଉଦ୍ଦେଶ୍ୟରେ ଦୀପଟିଏ (୧୨ତମ ଦୀପାବଳୀ କା ଏକ ଦିୟା ସହିଦୋ କି ନାମ୍) କାର୍ଯ୍ୟକ୍ରମ ସେକ୍ଟର ୧୬ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ତଥା ସଂଯୋଜନା ସ୍କୁଲର ଅଧ୍ୟକ୍ଷ ରାଜେଶ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରଫେସର ଗୋଲକ ବିହାରୀ ଦଳବେହେରା, ସମାଜସେବୀ କମଲ ଅଗ୍ରୱାଲ, ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ତଥା ଉପଦେଷ୍ଟା କୁଞ୍ଜବିହାରୀ ରାଉତ, ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ୩୦୭ର ଅଧ୍ୟକ୍ଷ ସିନ୍ ଆନନ୍ଦ, ଇନର ହୁଇଲ କ୍ଲବ୍‌ର ସଭାପତି ଶିକ୍ଷାବିତ ଅଞ୍ଜଳି ହୋତା, ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ସୁନିତା ପ୍ରଧାନ ପ୍ରମୁଖ ଯୋଗଦେଇ ଦେଶପାଇଁ ପ୍ରାଣବଳି ଦେଇଥିବା ସହିଦ୍‌ଙ୍କ ସଙ୍ଘର୍ଷ ମୟ ଜୀବନ, ଦେଶ ମାତୃକା ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସହିଦ୍‌ଙ୍କ ଉଦ୍ଦେଶ୍ୟରେ ଅତିଥି ଓ ଛାତ୍ରଛାତ୍ରୀମାନେ ଦୀପ ପ୍ରଜ୍ୱଳନ ସହ ସମସ୍ତଙ୍କ ମଧ୍ୟରେ ଏକତା ଭାଇଚାରା ବଜାୟ ରଖିବା ପାଇଁ ଶପଥ ପାଠ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ସରୋଜା ଇନ୍ଦୁମତୀ ବାରା ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମରେ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ମେମୋଣ୍ଟୋ ଓ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave A Reply

Your email address will not be published.