
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରା ପାଇଁ ପୁଣି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ “ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ”ରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ମହାନଦୀ ଧାରାର ଦଳ “ନୁକ୍କଡ଼ ନାଟକ (ପଥପ୍ରାନ୍ତ ନାଟକ)”ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, କବିତା ଲିଖନ ପ୍ରତିଯୋଗିତାରେ ଅନୁଷ୍ଠାନର ଛାତ୍ରୀ ଉତ୍କଳିକା ତୃତୀୟ ସ୍ଥାନ ହାସଲ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ସେମାନଙ୍କ ସୃଜନଶୀଳତା, ଆତ୍ମବିଶ୍ୱାସ, ପ୍ରତିଭା ଓ ନିଷ୍ଠାର ପରିଚୟ ବହନ କରୁଛି । କଳା, ସାହିତ୍ୟ ଓ ସାଂସ୍କୃତିକ ଅଭିବ୍ୟକ୍ତି ମାଧ୍ୟମରେ ଯୁବପିଢ଼ିଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଏହା ଏକ ଉତ୍ସାହଜନକ ପଦକ୍ଷେପ ବୋଲି କହିଛନ୍ତି । ମହାନଦୀ ଧାରାର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ଲାବନ ମାହାପାତ୍ର । ଏହି ସଫଳତା ପାଇଁ ମହାନଦୀ ଧାରା ପକ୍ଷରୁ ସମସ୍ତ ସଫଳ ପ୍ରତିଯୋଗୀ, ଛାତ୍ରଛାତ୍ରୀ ଓ ମାର୍ଗଦର୍ଶକ ମାନଙ୍କୁ ଅଭିନନ୍ଦନ ଜଣାଯାଇଛି । ମହାନଦୀ ଧାରା ବିଶ୍ୱାସ କରେ ଯେ, ଶିକ୍ଷା କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନୁହେଁ । କଳା, ସଂସ୍କୃତି, ସାହିତ୍ୟ ଓ ସୃଜନଶୀଳତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୂଲ୍ୟବୋଧ, ନେତୃତ୍ୱ, ସାମାଜିକ ସଚେତନତା ଓ ଦାୟିତ୍ୱବୋଧର ବିକାଶ ହିଁ ଏହାର ମୂଳ ଲକ୍ଷ୍ୟ ।