jayashree

କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ଗଞ୍ଜାମବାସୀଙ୍କୁ ଅନୁରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବନ୍ୟା ଓ ବାତ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ ଏବଂ ପ୍ରକୃତ କ୍ଷତିଗ୍ରସ୍ତ ପରିବାରଙ୍କୁ ନିୟମାନୁଯାୟୀ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତରେ ମାଇକ୍ ଯୋଗେ ବ୍ୟାପକ ପ୍ରଚାର କରାଯାଉଛି । କୌଣସି ପ୍ରକୃତ କ୍ଷତିଗ୍ରସ୍ତ ପରିବାର ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କାର୍ଯ୍ୟକୁ ଗୁରୁତ୍ୱର ସହ ତ୍ୱରାନ୍ୱିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନିଜ ଅଞ୍ଚଳରେ ଘରଦ୍ୱାର, ଚାଷଜମି, ଫସଲ ଓ ଅନ୍ୟାନ୍ୟ ସମ୍ପତ୍ତିର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ଓ ବାସ୍ତବ ତଥ୍ୟ ପ୍ରଦାନ କରିବା ସହ ଆକଳନ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମବାସୀଙ୍କୁ ଅନୁରୋଧ କରାଯାଉଛି । ଆସନ୍ତୁ, ଏହି ବିପଦ ସମୟରେ ସମସ୍ତେ ମିଳିମିଶି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପହଞ୍ଚାଇବାରେ ସହଯୋଗ କରିବା ।

Leave A Reply

Your email address will not be published.