jayashree

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବୈଠକ ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଭଗବତୀ ଜେନାଙ୍କ ଆବାହକତ୍ୱ ଓ ଡ. ବିଶ୍ୱଜିତ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରତିଷ୍ଠାନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଆସନ୍ତା ଡ଼ିସେମ୍ବର ମାସ ୧୨ ତାରିଖ ଦିନ ଏକ କାର୍ଯ୍ୟକାରିଣୀ ବୈଠକ କରାଯିବ ବୋଲି ସ୍ଥିର କରାଯାଇଥିଲା । ଉପସ୍ଥିତ ସଦସ୍ୟମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖି ଗାନ୍ଧୀ ଚିନ୍ତାଧାରା ଓ ବିଚାର ପ୍ରତି ସମର୍ଥନ ରଖୁଥିବା ନୂତନ ସଦସ୍ୟ ମାନଙ୍କୁ ଗ୍ରହଣ କରିବା, ସେହିପରି କିଛି ଜନହିତକାରୀ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ଅବସରରେ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ ୧୦୯ ତମ ଜୟନ୍ତୀ ସହ ନିକଟରେ ଦିବଙ୍ଗତ ହୋଇଥିବା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଓ ଦୀପକ ସାମନ୍ତରାୟଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୀତାମ୍ବର ଲେଙ୍କା, ସଂଗ୍ରାମ କେଶରୀ ଭୂୟାଁ, ଡ. ସସ୍ମିତା ପ୍ରଧାନ, ମିହିର ପ୍ରତାପ ଦାସ, ଶ୍ରଦ୍ଧା ଷଡ଼ଙ୍ଗୀ, ଦୁର୍ଯ୍ୟୋଧନ ପାଲ, ସୌମ୍ୟ ମହାନ୍ତି, ବିକାଶ ଗୋୟଲ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆବାହକ ଭଗବତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.