
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅଞ୍ଚଳ ନୋଡାଲ ଉଚ୍ଚ ବିଦ୍ୟାଳୟ, ଝାରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବିଇଓ ନାରାୟଣ ଭୁଏଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝାରମୁଣ୍ଡା ସରପଞ୍ଚ ବନିତା ମେହେର, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ପରିଚାଳନା ସମିତି ଅଧ୍ୟକ୍ଷା ଭଗବତୀ ଧରୁଆ, ସହ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ, ବସନ୍ତ କୁମାର ଭୋଇ, ପ୍ରଧାନଶିକ୍ଷକ କପିଳେଶ୍ୱର କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସୁପର ସିନିଅର୍, ସିନିଅର୍, ଜୁନିଅର ତଥା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଉଦଯାପନୀ ତଥା ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଆଗଲପୁର ବିଇଓ ଶ୍ୟାମ ମେହେର, ବିଧାୟକ ପ୍ରତିନିଧି ଗୌରାଙ୍ଗ ନାଏକ, ପ୍ରଧାନଶିକ୍ଷକ ହେମନ୍ତ ବାରିକ, ସଦାନନ୍ଦ ଭୋଇ, ସହଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ, ବସନ୍ତ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଶୁରାମ ସୁନା, ନିତ୍ୟାନନ୍ଦ ବାଗ, ଗୋବିନ୍ଦ ବେହେରା, କରୁଣାକର ପଟେଲ, ବିଷ୍ଣୁପ୍ରିୟା ଦାସ, ରୁକ୍ମଣ ପୋଡ଼ ପ୍ରମୁଖ ମଞ୍ଚ ପରିଚାଲନା କରିଥିଲେ । ବ୍ଲକର ସମସ୍ତ ସିଆର୍ସିସି, ପ୍ରଧାନଶିକ୍ଷକ ସହକାରୀ ଶିକ୍ଷକ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ, ଆୟୋଜକ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।