
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଶିକ୍ଷକ ତଥା କ୍ଲବପଡା ନିବାସୀ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ଦେହାନ୍ତ ଘଟିଛି । ଦୀର୍ଘ ୪୦ ବର୍ଷର ଶିକ୍ଷକତା କରିବା ପରେ ବଲାଙ୍ଗିର ଜିଲ୍ଲା ଧୁବାଉଡାର ସ୍କୁଲରେ ପ୍ରଧାନ ଶିକ୍ଷକତା କରି ଚାକିର ଜୀବନରୁ ଅବସର ନେଇଥିଲେ । ମୃତ୍ୟୁ ସମୟରେ ତାଙ୍କୁ ୭୬ ବର୍ଷ ବୟସ ହେଉଥିଲା । ଦୀର୍ଘଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିବା ବେଳେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ୨ ତାରିଖ ଭୋର ୨ଟା ୪୫ ମିନିଟ୍ ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ଶେଷ ସମୟରେ ପୁଅ ସୁଧିର, ପୁତୁରା ଲଳିତ ଓ ଜ୍ୱାଇଁ ରାଜୀବ ଉପସ୍ଥିତ ଥିଲେ । ସୋମବାର ଦିନ ବିଭୁତିପଡା ଶ୍ମଶାନରେ ତାଙ୍କର ଅନ୍ତେଷ୍ଠି ସମ୍ପନ୍ନ ହୋଇଛି । ବଡପୁଅ ସୁଧିର ମୁଖାଗ୍ନି ଅର୍ପଣ କରିଥିଲେ । ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପରିବାର ଓ ବନ୍ଧୁବର୍ଗ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ପରି ଜଣେ ଶାନ୍ତଶିଷ୍ଟ ଓ ଅମାୟିକ ବ୍ୟକ୍ତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ମାହୋଲ ରହିଛି । ତାଙ୍କର ଅନ୍ତେ ସ୍ତ୍ରୀ ଶିକ୍ଷିକା ସୂର୍ଯ୍ୟମଣି, ସାନପୁଅ ଆସ୍ତିକ, ବୋହୂ ସାଗରିକା, ଅଲିପ୍ସା ଓ ପରିବାର ବର୍ଗଙ୍କୁ ଛାଡ଼ିଯାଇଛନ୍ତି ।