jayashree

କୋଏଲ କ୍ଲବ ପକ୍ଷରୁ ଭବ୍ୟ କୁମାର ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ କ୍ଲବ ଡି ବ୍ଲକ ଦୁର୍ଗାପୂଜା କମିଟି ପକ୍ଷରୁ କ୍ଲବ ପରିସରରେ କୁମାର ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଗର ରିଦମ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଅଶୋକ କୁମାର ମହାନ୍ତି ମଞ୍ଚାସୀନ ଥିଲେ । ଏହି ଅବସରରେ ଓଡ଼ିଆ ସିନେ ଅଭିନେତ୍ରୀ ସୁଶ୍ରୀ ଅପର୍ଣ୍ଣା ମହାନ୍ତି, ସମାଜସେବୀ ଅଶେଷ ମହାନ୍ତି, ଶିଳ୍ପପତି ତାପସ ଆଚାର୍ଯ୍ୟ ଓ ବରିଷ୍ଠ ସାମ୍ବାଦିକ ପ୍ରତାପ ପାଢୀଙ୍କୁ ବିଶିଷ୍ଟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭାପତି ଦେବେନ୍ଦ୍ର ନାଥ ନାଏକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦିକା ଜୟଶ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ଓ ସମଗ୍ର କାର୍ଯ୍ୟକ୍ରମକୁ ଦିଲ୍ଲୀପ ମହାନ୍ତି ସଂଯୋଜନା କରିଥିଲେ । ଏହି ଉତ୍ସବକୁ ସଫଳ କରିବା ପାଇଁ କାର୍ଯ୍ୟକାରୀ ସଭାପତି ଦୀପକ ମହାନ୍ତି, ମୁଖ୍ୟ ସଂଯୋଜକ ନରେଶ ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ସଙ୍ଗୀତା ସ, ବୁଦ୍ଧରାମ ବଡାଇକ, ଅଙ୍କିତ ବର୍ମା, ଜ୍ୟୋସ୍ନା, ଆଦିତ୍ୟ ମହାନ୍ତି, ଉମେଶ ପ୍ରସାଦ, ସସ୍ମିତା ପ୍ରଧାନ ଓ ପ୍ରଣୟ ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.