
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ଦେଇ ଶିକ୍ଷାର ବିକାଶ ଦିଗରେ ସମସ୍ତଙ୍କ ପ୍ରତିବଦ୍ଧତା ରହିବା ଆବଶ୍ୟକ । ଶିକ୍ଷାର ବିକାଶ ହେଲେ ହିଁ ଦେଶ ଆଗେଇବା ସହିତ ୨୦୪୭ ସୁଦ୍ଧା ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି “ବିକଶିତ ଭାରତ ୨୦୪୭ ଏବଂ ଶିକ୍ଷା ବ୍ୟବସ୍ଥା” ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଓ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ମତବ୍ୟକ୍ତ କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ପାଇଁ ୧୯୬୮ରେ କେନ୍ଦ୍ର ସରକାର ପ୍ରଥମ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ ମଧ୍ୟ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇ ନଥିଲା । ତେବେ ୨୦୨୦ରେ ପ୍ରଣୀତ ଜାତୀୟ ଶିକ୍ଷାନୀତି ମୁତାବକ ପ୍ରାଥମିକ ଶିକ୍ଷା ସକାଶେ ଜିଡିପିର ୬ ପ୍ରତିଶତ ଖର୍ଚ୍ଚ ହେବା ଖୁସିର ବିଷୟ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ କରିବା ସହିତ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି, ଧନ୍ଦାମୂଳକ ଶିକ୍ଷାର ବିକାଶ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ଵ ଦିଆଗଲେ ୨୦୪୭ ସୁଦ୍ଧା ଆମ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଲୋଇସିଂହା ଅଗ୍ରସେନ ଭବନ ଠାରେ ଓଷ୍ଟାର ପୂର୍ବ ରାଜ୍ୟ ସଭାପତି ପୁରନ୍ଦର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଷ୍ଟା ପୂର୍ବ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ନୂଆପଡ଼ା ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଶୀ, ସମ୍ପାଦକ ସାରଙ୍ଗଧର ଠାକୁର, ଭବାନୀ ଶଙ୍କର ମିଶ୍ର, ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ ପ୍ରମୁଖ ମଞ୍ଚାସୀନ ଥିଲେ । ସୋମନାଥ ବିଶ୍ଵାଳ ଓ ତାରାକାନ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ବିକଶିତ ଭାରତ ୨୦୪୭ ଏବଂ ଶିକ୍ଷା ବ୍ୟବସ୍ଥା ନେଇ ସନ୍ଦର୍ଭ ପାଠ କରିଥିଲେ । ଏହି ଅବସରରେ ଓଷ୍ଟା ଲୋଇସିଂହା ବ୍ଲକ ସମ୍ପାଦକ ଶଶାଙ୍କ ଶେଖର ସାହୁ, ସମ୍ବଲପୁର ସମ୍ପାଦକ ବିଭୂତି ଚାନ୍ଦ, ପୂର୍ବତନ ବିଇଓ ନୀଳମଣି ପଟେଲ, ଶିକ୍ଷାବିତ ରାଧାକାନ୍ତ ସୁଆର, ଗୋପକୁମାର ପଣ୍ଡା, ଦିଲୀପ ପାଠୀ, ରାଜେନ୍ଦ୍ର ବିଶ୍ଵାଳ, ଦିଲୀପ ନାଏକ, ମିତ୍ରଭାନୁ ସାହୁ, ରାମଚନ୍ଦ୍ର ପଟେଲ, ଶ୍ରୀବତ୍ସ ଭୋଇ, ତରଣିସେନ୍ ପଧାନ, ସାରଥୀ ସାହୁ, ବିଜୟ କୁମାର ବେହେରା, ରମେଶ ତ୍ରିପାଠୀ, ସୋମନାଥ ବିଶ୍ଵାଳ, ତାରାକାନ୍ତ ମିଶ୍ର, ଅମୂଲ୍ୟ ବେହେରା, ଯୁଗଳ ସାହୁ, ରୁଦ୍ର ହେର୍ଣ୍ଣା, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅବସରପ୍ରାପ୍ତ ଶିକ୍ଷାବିତ ଆନନ୍ଦଚନ୍ଦ୍ର ସାହୁ, ଅଶୋକ ତ୍ରିପାଠୀ, ରମେଶଚନ୍ଦ୍ର ସାହୁ, ଉପେନ୍ଦ୍ର ସାହୁ, ପରମାନନ୍ଦ ସାହୁ, ସମାରୁ ପଧାନ ତଥା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ ।