jayashree

ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଗାଁକୁ ଚାଲ ଅଭିଯାନ : ପାଇକମାଲ ବ୍ଲକର ବୁକରାମୁଣ୍ଡା ମଣ୍ଡିରେ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଗାଁକୁ ଚାଲ ଅଭିଯାନରେ ପାଇକମାଲ ବ୍ଲକର ବୁକରାମୁଣ୍ଡା ମଣ୍ଡି ଠାରେ ଯୋଗେଶ୍ୱର ପଧାନଙ୍କ ନେତୃତ୍ୱରେ ଏକ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଖଣ୍ଡ ସଭାପତି ସୁବାସ ସାମନ୍ତରାୟ, ଅଜିତ ଶତପଥୀ ଏବଂ ରୋହିତ ପଧାନ ଯୋଗ ଦେଇଥିଲେ । ନୂତନ କର୍ମକର୍ତ୍ତା ଭାବେ ସଭାପତି ଲିଙ୍ଗରାଜ ପଧାନ, ସମ୍ପାଦକ ଛବିଳ କୁମାର ନାୟକ, ଉପ ସଭାପତି ସୂର୍ଯ୍ୟଭାନୁ ଭୋଇ, ସହ ସମ୍ପାଦକ ମେଘନାଥ ସାହୁ, କୋଷାଧକ୍ଷ ଗଗନ ନାୟକ ଏବଂ ସଂଯୋଜକ ହିମାଂଶୁ ପଧାନଙ୍କ ସହିତ ଉପଦେଷ୍ଟା ଯୋଗେଶ୍ୱର ପଧାନ, ବିନୋଦ ସେଠ, ଈଶ୍ୱର ପଧାନ, ଅଶୋକ ଭୋଇଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିଥିବା ବେଳେ ଆଗାମୀ ଦିନ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତାବ ପାରିତ ହୋଇଛି । ମଣ୍ଡି ଖୋଲିବାର ଯଥେଷ୍ଟ ପୂର୍ବରୁ ପଞ୍ଜିକୃତ ସମସ୍ତ ଜମିର ଧାନ ବିକ୍ରି କାର୍ଡ ଦିଆଯାଉ । ୨୦୨୪ ମସିହାରୁ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ବରଗଡ଼ ଜିଲ୍ଲାରେ ପ୍ରାୟ ୧୫ ହଜାର ଚାଷୀ ସୋଲାର ବୋରିଂ ଖୋଲିବା ପାଇଁ ଆବଶ୍ୟକ କାଗଜପତ୍ର ଦେଇ ୨୦ ହଜାର ଟଙ୍କା ଡିପୋଜିଟ କରିଛନ୍ତି ହେଲେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବୋରିଂ ଖୋଲା ଯାଇନାହିଁ ଏଣୁ ତୁରନ୍ତ ଖୋଳାଯାଉ । ଜଳସେଚନରେ ବ୍ୟବହୃତ ବିଦ୍ୟୁତ ବିଲ ଜଳ କର ହିସାବରେ ନିଆଯାଉ ଏବଂ ଘରୋଇ ବିଦ୍ୟୁତ ବିଲ ୩୦୦ ୟୁନିଟ ପର୍ଯ୍ୟନ୍ତ ଛାଡ଼ କରାଯାଉ, ଅଜଣା ରୋଗ ପୋକ ଲାଗୁଥିବା ଅଞ୍ଚଳରେ ସତର୍କତା ଅବଲମ୍ବନ କରି ୩୩% ଫସଲ ନଷ୍ଟ ହୋଇଥିଲେ କ୍ଷତିପୂରଣ ଦିଆଯାଉ । ଏହି ସବୁ ଦାବିକୁ ନେଇ ଆସନ୍ତା ନଭେମ୍ବର ମାସରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ । ଏହା ତାହାର ପ୍ରସ୍ତୁତି ପର୍ବ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ଏହି ବୈଠକରେ ଅଞ୍ଚଳର ଶହ ଶହ ଚାଷୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.