
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଓ ଉପ-ସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକଠାରେ ବ୍ଲକ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଏକ ବ୍ଲକସ୍ତରୀୟ ଜନ ଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାଟି ପାତଳପଡା ଗ୍ରାମଠାରୁ ହଳଦୀ ଗ୍ରାମ ପର୍ଯ୍ୟନ୍ତ ରହିଥିବା ବେଳେ ଏହି ପଦଯାତ୍ରାରେ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗ ଦେଇ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଆସନ୍ତା ଅକ୍ଟୋବର ୮ ତାରିଖରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିବା ଓ ରାଜ୍ୟର ଆର୍ଥିକ ଅଧିକାର, ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ ଓ ପିଲାମାନଙ୍କ ଭବିଷ୍ୟତ ଉପରେ ନିରନ୍ତର ଆକ୍ରମଣ ଏବଂ ଚଳିତ ବର୍ଷର ବନ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଉଦାସୀନତା ବିରୋଧରେ ଆଜି ଏହି ପଦଯାତ୍ରାଟି ଆରମ୍ଭ ହୋଇଥିଲା । ଏମଏମଡିଆର ସଂଶୋଧିତ ଅଧିନିୟମ ଆଇନ ରଦ୍ଧ କରିବା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ପଦରୁ ଇସ୍ତଫା, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ ଦାବୀ ଇସ୍ତଫା ଓ ବନ୍ୟା ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଏହି ୪ ଦଫା ଦାବିକୁ ନେଇ ବ୍ଲକ କଂଗ୍ରେସ ଦଳ ଜନଜାଗରଣ ପଦଯାତ୍ରା କରିଥିଲା । ଏହି ପଦଯାତ୍ରାରେ ଯୁବନେତା ଅମିତ୍ ସିଂ ସାଲୁଜା (ସେଜିସିଂ) ଯୋଗଦେଇ ଥିବା ବେଳେ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଯଦୁପତି ଅଗସ୍ତି, ଏସସି ସେଲ ବ୍ଲକ ସଭାପତି ବିଭିଷଣ ମହାନନ୍ଦ, ଉମେସ ସିଂ ବର୍ମା, ଜିତେନ ହାତୀ, ପୂର୍ଣ୍ଣଚନ୍ଦ୍ର ପୁଟେଲ, ତେଜରାଜ ଲୁହା, ଯଦୁ ତାଣ୍ଡି, ବୁଲୁ କୁମ୍ଭାର, ସାଗର ଛତ୍ରିଆ, ବୁଲୁ ବିଶି, ଦୁର୍ଭାଷା ସାହୁ, ବେଣୁ ପସାୟତ, ଉତ୍ତମ ମହାନନ୍ଦ, ଚତୁର ମହାନନ୍ଦ, ଟୁନା ରଣା, ବିଷ୍ଣୁ ସାହୁ, ଇଶ୍ଵର ଭୋଇ, ସୁବାସ ବୟେ, କମଳ ବୁଡେକ, ଛବି ସାହୁ, ନଟ ସୁନା, ଛବି ବଗର୍ତ୍ତୀ, ଗୋପାଳ ପଟ୍ଟନାୟକ, ଖଡଗଧର ମହାନନ୍ଦ, ପିତବାସ ବେହେରା, ପ୍ରେମାନନ୍ଦ ତାଣ୍ଡି, ପ୍ରଦୀପ ମହାକୁର, ରାକେଶ ସେଟ, ଆନନ୍ଦ ତାଣ୍ଡିଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦାବୀ ଗୁଡିକ ହେଲା ୧.ଏମଏମଡିଆର ଆଇନ ରଦ୍ଦ କର ୨.ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ ୩.ସିଇସି ଜ୍ଞାନେଶ କୁମାର ଇସ୍ତଫା ଦିଅ ୪.ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଆଦି ଅନ୍ୟତମ ।