
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଝଲପ ଗାଁରେ ଆଜି ଉର୍ମିଳା ମେମୋରିଆଲ ହସ୍ପିଟାଲ ପକ୍ଷରୁ ପଲ୍ଲୀ ପ୍ରଗତି ପାଠାଗାର ଓ ନେତାଜୀ ଯୁବକ ସଂଘ ଝଲପର ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନୀଲ ନାଏକ, ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ନରେନ୍ଦ୍ର ରଣା, ପଲ୍ଲୀ ପ୍ରଗତି ପାଠାଗାରର ସଭାପତି ଯୋଗେଶ କୁମାର ସାହୁ, ନେତାଜୀ ଯୁବକ ସଂଘର ସଭାପତି ସୁଦାମ ଚରଣ ଭୋଇ, ନାଏବ ସରପଞ୍ଚ ଝସକେତନ ବାରିକ, ବଙ୍ଗୋମୁଣ୍ଡା ଏନ୍ ୱାଇ ଭି ରାଧାକାନ୍ତ ଜାଲ, ଡୋଳାମଣି ପଟେଲ, ପ୍ରେମାନନ୍ଦ ପୁଟେଲ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଛତିଶଗଡ଼ରୁ ଆସିଥିବା ଡା. ମୁକେଶ ଏବଂ ଡା. ସଙ୍କେତ ଯୋଗଦେଇ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିଥିଲେ । ଶିବିରରେ ଅଞ୍ଚଳର ବହୁ ସଂଖ୍ୟାରେ ଲୋକ ଯୋଗଦେଇ ମାଗଣାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଅତିଥି ଓ ଡାକ୍ତରମାନେ ସ୍ୱାସ୍ଥ୍ୟ ସଚେତନତା, ରୋଗ ନିରାକରଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ପଲ୍ଲୀ ପ୍ରଗତି ପାଠାଗାର ଓ ନେତାଜୀ ଯୁବକ ସଂଘ, ଝଲପର ସହଯୋଗରେ ଆୟୋଜିତ ଏହି ଜନହିତକର କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।