
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଗୌରବ ବଢ଼ାଇଥିବା ଭାରତୀୟ ମହିଳା କ୍ରିକେଟ ଖେଳାଳି ଦ୍ୱିତୀ ରାଣୀ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ବଲାଙ୍ଗିର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହାସମାରୋହରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବି.କେ. ଜ୍ୟୋତି ଦିଦିଙ୍କ ମୁଖ୍ୟ ସଂଚାଳନା ଓ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବି.କେ. ନିବେଦିତା ଭଉଣୀ ସଂଯୋଜନା କରିଥିଲେ । ମାଉଣ୍ଟ ଆବୁରୁ ଆସିଥିବା ସମର୍ପିତ ଭାଇମାନଙ୍କ ପକ୍ଷରୁ ଦ୍ୱିତୀ ରାଣୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦ୍ୱିତୀ ରାଣୀଙ୍କ କ୍ରୀଡ଼ା କ୍ଷେତ୍ରର ସଫଳତାକୁ ପ୍ରଶଂସା କରାଯାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବି.କେ. ମମତା ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ବର୍ଦ୍ଧନା ସମାରୋହରେ ବହୁ ସଂଖ୍ୟାରେ ଭାଇ ଓ ଭଉଣୀ ଯୋଗଦେଇ ଦ୍ୱିତୀ ରାଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।