ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସଦାନନ୍ଦପୁର ଠାରେ ବୁଢ଼ାରାଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଭେଙ୍ଗରାଜପୁର ସରପଞ୍ଚ ଭିଷ୍ମଦେବ ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପାଇକମାଲ ବ୍ଳକ କଂଗ୍ରେସ କମିଟି ସଭାପତି ତଥା ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ୱାଳ ଯୋଗଦାନ କରି ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ ଖେଳକୁ ଆଗ୍ରହ ସହିତ ଦେଖିବାକୁ ପ୍ରବଳ ଭିଡ ହୋଇଥିଲା । ଏହି ଖେଳ କାର୍ୟ୍ୟକ୍ରମକୁ ସୁଚାରୂପେ ତୁଲାଇଥିଲେ ଜେହେରୁ ମଲ୍ଲିକଅନ୍ୟ ସଦସ୍ୟମାନେ । ଭାଷା ବିବରଣୀ ପାଠ କରିଥିଲେ ଦେବବ୍ରତ ଗହୀର । ଅମ୍ପେୟାର ଭାବେ ବବୁଲୁ ନାଏକ ଖୁବ ସୁନ୍ଦର ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଜଗଦୀଶ ବରିହା ଏବଂ ଅନିଲ ସ୍କୋରିଙ୍ଗ କରିଥିଲେ ।

Leave A Reply

Your email address will not be published.